୧୪-୪-୨୦୨୩(ଶୁକ୍ରବାର)ମହାବିଷୁବ(ପଣା)ସଂକ୍ରାନ୍ତି,ହନୁମାନଙ୍କ ଜୟନ୍ତୀ ,ସିଂହରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନରାଶିମାନଙ୍କର ଘାତବାର । ଦିବା ଘ୮।୩୯ ଗତେ ଘ୧୧।୪୨ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୫୩ ଗତେ ଘ୧୦।୧୯ ମଧ୍ୟେ କାଳରାତ୍ରି । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଲାଉ ଭକ୍ଷଣନିଷେଧ । ମହାବିଷୁବ(ପଣା) ସଂକ୍ରାନ୍ତି କୃତ୍ୟ। ଅଦ୍ୟ ଦିବା ଘ୧୧।୪୬ ଗତେ ସୂର୍ଯ୍ୟାସ୍ତମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳ ।ଅମୃତ–ଦିବା ଘ୭।୭ ମଧ୍ୟେ ଘ୭।୫୫ ଗତେ ଘ୧୦।୧୯ ମଧ୍ୟେ ଘ୧୨।୪୩ ଗତେ ଘ୨।୧୯ ମଧ୍ୟେ ଘ୫।୧୨ ଗତେ ଘ୬।୧ ମଧ୍ୟେ ରାତ୍ରି ଘ୭।୩୭ ଗତେ ଘ୯।୧୩ ମଧ୍ୟେ ଘ୩।୭ ଗତେ ଘ୩।୫୫ ମଧ୍ୟେ ମାହେନ୍ଦ୍ର– ରାତ୍ରି ଘ୧୦।୫୦ ଗତେ ଘ୧୧।୩୮ ମଧ୍ୟେ ଘ୪।୨୪ ଗତେ ଘ୫।୩୧ ମଧ୍ୟେ ।
ମେଷ:-କୌଣସି ପୁରୁଣାବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରିବେ। ନୂଆ ଉତ୍ସରୁ ଲାଭ ପାଇବେ। ରାଜନୀତିରେ ମନ ଚାହୁଁଥିବାପଦ ପାଇବେ। ଛାତ୍ରଙ୍କଲାଗି ଦିନଟି ଭଲରହିବ। ଦାମ୍ପତ୍ୟ ସୁଖବୃଦ୍ଧି ହେବ।
ବୃଷ:-ସନ୍ଧ୍ୟାସୁଦ୍ଧା କୌଣସି ଶୁଭଖବର ପାଇବେ। ଧନଲାଭର ସୁଯୋଗ ଆସିବ। ପରିବାରର ସମସ୍ତଙ୍କସହିତ ଭଲ ତାଳମେଳରହିବ।
ମିଥୁନ:-ଜରୁରୀକାମରେ ବନ୍ଧୁଙ୍କସାହାଯ୍ୟ ପାଇବେ। ବ୍ୟବସାୟରେ ଉନ୍ନତିହେବ। ପରିବାରରେ ସୁଖଦ ବାତାବରଣ ରହିବ। ଛାତ୍ରଙ୍କୁ ପରିଶ୍ରମର ଭଲଫଳ ମିଳିବ।
କର୍କଟ:-ମନରକଥା ମନରେରଖନ୍ତୁ। ଅଫିସରେପରିବେଶ ଟିକେଭିନ୍ନ ରହିବ। ଆଜି କୌଣସିନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ସିଂହ:-ଜରୁରୀକାମରେ ଘରଲୋକଙ୍କ ସହଯୋଗପାଇବେ। କୌଣସିସହପାଠୀ ଆପଣଙ୍କୁମନର କଥା କହିବେ। କଠିନବିଷୟ ସମ୍ପର୍କରେ ଶିକ୍ଷକଙ୍କସହିତ ଆଲୋଚନା କରିବେ।
କନ୍ୟା:-ଅଫିସରେ ଆପଣଙ୍କରପ୍ରଶଂସା ହେବ। ପରିବାରରେ ସମସ୍ତଙ୍କସହିତ ଭଲସମ୍ବନ୍ଧ ସ୍ଥାପିତହେବ। ଜୀବନସାଥୀଙ୍କସହିତ ଧର୍ମକାର୍ଯ୍ୟରେ ମନ ଲଗାଇବେ।
ତୁଳା:-ଆପଣଙ୍କମନ ସାମାଜିକକାର୍ଯ୍ୟରେ ଲାଗିରହିବ। ଆପଣଙ୍କ ତାଲିକାରେ କିଛି ନୂଆସଂପର୍କ ଯୋଡ଼ିବେ। ଆର୍ଥିକଲାଭପାଇଁ ଆପଣଙ୍କୁ ଅଧିକପରିଶ୍ରମ କରିବାକୁ ହେବ।
ବିଛା:-ଅଫିସରେ ଦୀର୍ଘଦିନର ବାକିଆକାମ ସଂପୂର୍ଣ୍ଣହେବ। ମହିଳାମାନଙ୍କୁ କୌଣସି ବିଶେଷଖବର ମିଳିବ। ବ୍ୟବସାୟରେ ଉନ୍ନତିପାଇଁ ଭଲସୁଯୋଗ ପାଇବେ।
ଧନୁ:-କ୍ୟାରିୟରଲାଗି ଭଲଦିନଟିଏ। ବେପାରରେ ଅଚାନକଧନଲାଭର ସୁଯୋଗପାଇବେ। ଓକିଲମାନେ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ।
ମକର:-ଆପଣଙ୍କମନରେ ନୂଆନୂଆବିଚାର ଆସିପାରେ। ଘରୋଇଚାକିରିଜୀବୀଙ୍କୁ ନୂଆପ୍ରୋଜେକ୍ଟ ମିଳିବ। ବିବାହିତ ନିଜରଜୀବନକୁ ଆନନ୍ଦମୟକରିବାକୁ ଚେଷ୍ଟାକରିବେ।
କୁମ୍ଭ:-ଚାକିରି ଓ ବ୍ୟବସାୟରେ ସଫଳତାପାଇବେ। ଧାର୍ମିକକ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଲାଭମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ।
ମୀନ:-ସାହାଯ୍ୟଲୋଡୁଥିବା ଲୋକରକାମରେ ଆସିବେ। ଅଧିକାରୀମାନଙ୍କରପ୍ରଶଂସା ଆପଣଙ୍କୁ ଉତ୍ସାହ ଦେବ। ସନ୍ତାନର କୌଣସି ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ।

ଭୁଲରେ ଏହିଦିନ ନଖ କାଟିଲେ ମାଡି ଆସିବ ବିପତ୍ତି…ହିନ୍ଦୁଧର୍ମରେ ଜ୍ୟୋତିଷଶାସ୍ତ୍ରର ଅନେକ ମହତ୍ୱ ରହିଛି ।ତେଣୁ ପ୍ରତ୍ୟେକକାର୍ୟ୍ୟ ପାଇଁ କିଛିଟା ନୀତିନିୟମ ମଧ୍ୟ ରହିଛି । ଜ୍ୟୋତିଷଶାସ୍ତ୍ରରେ ନଖ କାଟିବାକୁ ନେଇ ମଧ୍ୟ ଠିକ ସମୟ ଓ ଦିନ ବିଷୟରେ ବିସ୍ତାର ଭାବରେ କୁହାଯାଇଛି ।ଭୁଲଦିନରେ ଓ ଭୁଲସମୟରେ ନଖ କାଟିଲେ ଘରକୁ ନକାରାତ୍ମକ ଉର୍ଜାର ଆଗମନ ହବାରୁ ଜୀବନରେ ଅନେକ ଅସୁବିଧା ଦେଖାଦେଇଥାଏ ଓ ଦରିଦ୍ରତା ମଧ୍ୟ ବାସକରିଥାଏ ।
ସୋମବାରଦିନ ନଖକାଟିବା ଉଚିତ ନୁହେଁ । ଏହିଦିନ ନଖକାଟିଲେ ଯଶହାନି ହୋଇଥାଏ ଓ ଦୁଃଖ ବଢି ଯାଇଥାଏ ।
ମଙ୍ଗଳବାରଦିନ ନଖକାଟିଲେ ଭାଇମାନଙ୍କ ସହିତ ଶତ୍ରୁତାସୃଷ୍ଟି ହୋଇଥାଏ ଓ ମନମାଳିନ୍ୟ ହୋଇଥାଏ ।ଗୁରୁବାରଦିନ ନଖକାଟିବାଦ୍ୱାରା ଶିକ୍ଷା ଓ ଜ୍ଞାନ ହ୍ରାସହୋଇଥାଏ ଓ ପେଟସମ୍ବନ୍ଧୀୟ ରୋଗରେ ପୀଡିତ ହୋଇ ଥାଆନ୍ତି । କଦାପି ଶନିବାରଦିନ ନଖକାଟିବା ଉଚିତନୁହେଁ । ଏହାଦ୍ୱାରା ଆୟୁ ହ୍ରାସ ହୋଇଥାଏ ।ରବିବାରଦିନ ନଖକାଟିଲେ ଗ୍ରହ ଦୋଷଲାଗି ଥାଏ, ବିଶେଷ କରି ରବି, ଶନି, ରାହୁ, କେତୁ ମହାଦଶା ଭୋଗ ହୋଇଥାଏ ।
ନଖକାଟିବାର ଠିକସମୟ – ଏହି ୪ଟିଦିନକୁ ଛାଡିଲେ ଅମାବାସ୍ୟା, ସଂକ୍ରାନ୍ତି ଓ ପୁର୍ଣିମାରେ ନଖକାଟିବା ଉଚିତ ନୁହେଁ ।ସବୁବେଳେ ମନେରଖିବେ ଅଶୁଭକାର୍ଯ୍ୟରେ ନଗାଧୋଇ ନଖକଟା ଯାଇଥାଏ ।ନଚେତ ଅନ୍ୟଦିନ ଆପଣ ଗାଧୋଇସାରି ନଖକାଟି ପାରିବେ । ଧାର୍ମିକଦୃଷ୍ଟିରେ ହେଉ କି ବିଜ୍ଞାନଦୃଷ୍ଟିରେହେଉ ରାତିରେ ନଖ କାଟିବା ଉଚିତ ନୁହେଁ ।ଶାସ୍ତ୍ରଅନୁସାରେ ରାତିରେ ନଖକାଟିବାଦ୍ୱାରା ଘରକୁ ନକାରାତ୍ମକ ଶକ୍ତିର ଆଗମନ ହୋଇଥାଏ ।କଦାପି ନଖଛିଡ଼ାଇ ଘରେଫିଙ୍ଗିବା ଶୁଭନୁହେଁ, ଏହାଦ୍ୱାରା ଋଣଭାର ବୃଦ୍ଧି ହୋଇଥାଏ ।ସନ୍ଧ୍ୟାପରେ ମାଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ତେଣୁ ଏହିସମୟରେ ନଖକାଟିବାଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ।
ପବିତ୍ର ପଣାସଂକ୍ରାନ୍ତି, ଓଡ଼ିଆ ନବବର୍ଷ ତଥା ମହାବିଷୁବସଂକ୍ରାନ୍ତିର ଶୁଭଆଗମନ ଉପଲକ୍ଷେ ଆପଣମାନଙ୍କୁ ସତ୍ୟସନ୍ଧାନପରିବାର ପକ୍ଷରୁ ହାଦ୍ଧିର୍କ ଅଭିନନ୍ଦନ ଓ ଶୁଭେଚ୍ଛା !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

