ଆଜିର ରାଶିଫଳ

0 111

୨୦୨୪ମସିହା ଜାନୁଆରୀମାସ ୧୩ତାରିଖ ଶନିବାର। ସୁର୍ଯ୍ୟୋଦୟ- ଘ୬/୨୮/୪ ,ସୂର୍ଯ୍ୟାସ୍ତ- ଘ୫/୨୨/୨୮ ,ପୌଷମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ଦ୍ବିତୀୟା ଦିବା ଘ୧୧/୩୩ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ଦିବାଘ୧/୪୫ମି ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ଦିବାଘ୧୧/୩୩ମିପରେ ଆଗ୍ନେୟକୋଣରେ।ଶନିବାର,ମାସଦଗ୍ଧା,ଦ୍ବିତୀୟା ଓ ପାପମଧ୍ୟଚନ୍ଦ୍ରଦୋଷ। ରାତ୍ରି ଘ୧୨/୩୩ ମିପରେ ଶନିଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ସିଂହରାଶିର ଏବଂ ରାତ୍ରି ଘ୧୨/୩୩ମିପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର–ବୃଷ,ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଏବଂ ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବୋଇତାଳୁ ଦିବାଘ୧୧/୩୩ମିପରେ ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା- ପ୍ରାତଃ ରୁ ଦିବା ଘ୭/୫୦ମି ମଧ୍ୟେ, ଘ୪/୨ମି ରୁ ସୂର୍ଯ୍ୟାସ୍ତ ଘ୫/୨୨ମି ପର୍ଯ୍ୟନ୍ତ।ବାରବେଳା- ଦିବା ଘ୧/୧୭ମି ରୁ ଘ୨/୩୯ମି ପର୍ଯ୍ୟନ୍ତ।କାଳରାତ୍ରି- ସୂର୍ଯ୍ୟାସ୍ତରୁ ରାତ୍ରି ଘ୮/୨ମି ମଧ୍ୟେ, ଘ୪/୫୧ମି ରୁ ରାତ୍ରିଶେଷ ଘ୬/୨୮ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୭/୧୭ମି ମଧ୍ୟେ, ଘ୮/୫ମି ରୁ ଘ୧୦/୨୯ମି ମଧ୍ୟେ, ଘ୧୨/୫୩ମି ରୁ ଘ୪/୫ମି ମଧ୍ୟେ, ଘ୪/୫୨ମି ରୁ ସୂର୍ଯ୍ୟାସ୍ତ ଘ୫/୨୨ମି ମଧ୍ୟେ, ରାତ୍ରି ଘ୧୨/୩୬ମି ରୁ ରାତ୍ରି ଘ୨/୧୨ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ରାତ୍ରି ଘ୨/୧୨ମି ରୁ ଘ୩/୦ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ପାଦବାର ଓ ତିଥି ପୁଷ୍କରଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ ଓ କୃଷିହାନି। ଅନ୍ନବସ୍ତ୍ର ଓ ଭୂମିଦାନ। ଦିବା ଘ୧୧/୩୩ମି ପରେ ୧ ପାଦ ବାର ପୁଷ୍କର ଦୋଷ ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ବିଧବା। ଦିବା ଘ୧/୪୫ମି ପରେ ସର୍ବସମ୍ପନ୍ନା। ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ- ନାହିଁ।
ମେଷ-ମାଆ ମଙ୍ଗଳାଙ୍କ କରୁଣାରୁ ଆର୍ଥିକ ଅବସ୍ଥା ଏବଂ ସୌଭାଗ୍ୟପୂର୍ଣ୍ଣ ହେବେ । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି ହେବ । ସମସ୍ତ କାର୍ଯ୍ୟ୍ୟରେ ସୁଫଳ ପ୍ରାପ୍ତି ହେବ । କମ୍ପ୍ୟୁଟର ତଥା ନେଟ ଦ୍ୱାରା ବାର୍ତ୍ତା ବିନିମୟ ମଜାଦାର ହେବ । ଛୋଟିଆ ଯାତ୍ରା କରିପାରନ୍ତି । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ ।
ବୃଷ-ଆଜି ନକ୍ଷତ୍ର ଆପଣଙ୍କ ପାଇଁ ବହୁତ ଶୁଭ ଅଛି । ଆପଣଙ୍କ ଏକ ଅତି ଉଜ୍ଜ୍ଵଳ ଓ ମଜାଦାର ଦିନ ଆଜି ଆସିବ । ସମସ୍ତ ଘଟଣା ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ଯଦି ଆପଣ ଉଚ୍ଚ ଅଧ୍ୟୟନ କରୁଛନ୍ତି, ଆପଣଙ୍କ ପ୍ରଦର୍ଶନ ବହୁତ ଭଲ ରହିବ ।
ମିଥୁନ-ଆପଣଙ୍କ ଘରେ ଆଜି ଖୁସି ଓ ଉଲ୍ଲାସରେ ପରିପୂର୍ଣ୍ଣ ହେବ । ଆପଣ ପିଲାମାନଙ୍କ ସହିତ ବହୁତ ସମୟ କଟାଇବେ । ଆପଣ ବହୁତ ଦିନ ଧରି ବାକିଆ ଥିବା ଘରକାମଗୁଡିକ ଶେଷ କରିବେ ଓ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଥିବା ଆନମନା କୁ ଠିକ କରିବେ ।
କର୍କଟ-ଆଜି ଆପଣ ମହିଳାଙ୍କଠାରୁ ଲାଭ ପାଇବାର ସମ୍ଭାବନା ଅଛି । ଯଦିଓ ଆପଣ କାର୍ଯ୍ୟରେ ବ୍ୟବସ୍ଥିତ ଓ ଅନୁଶାସିତ ଥାଆନ୍ତି, ତଥାପି ଆପଣ ନିୟନ୍ତ୍ରଣହୀନ ଅନୁଭବ କରିବେ । ତଥାପି ଆପଣ ଏହି ନିରସତାରୁ ବାହାରକୁ ଆସି ଉଲ୍ଲାସପୂର୍ଣ୍ଣ ହେବେ ।
ସିଂହ-ସମସ୍ତ ଦୃଷ୍ଟିକୋଣରୁ ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ, ପରିବାର ସହିତ ହସଖୁସୀରେ କଟିବ, କିନ୍ତୁ ପରିସ୍ଥିତି ସାଧାରଣ ହିଁ ରହିବ । ଆବଶ୍ୟ, ଯଦି ଆପଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନେ ସମସ୍ତେ ଆପଣଙ୍କ ପଛରେ ଛିଡା ହେବେ । ଅନ୍ତିମରେ ଆପଣଙ୍କ ପାଇଁ ଏହା ଏକ ଅନ୍ୟନ୍ତ ଶୁଭଦିନ ନୁହେଁ । ଆର୍ଥିକ ଲାଭର ଅଭାବ ରହିବ, ନୂଆ ସମ୍ପର୍କ ସୃଷ୍ଟି କରି ଆପଣ ଏହି ଅଭାବକୁ ଦୂର କରିବାରେ ସମର୍ଥ ହେବେ ।
କନ୍ୟା-ଆଜି ଏକ ଭଲ ଦିନ ଅଟେ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶ୍ଚର୍ଯ୍ୟ ପୂର୍ଣ୍ଣ ହେବ । ଦୂର ଯାତ୍ରା ମଙ୍ଗଳ ଦାୟକ ହେବ । ଦିନଟିକୁ ଉପଭୋଗ କରନ୍ତୁ ତଥା ଅନ୍ୟ ମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ ।
ତୁଳା-ଆପଣଙ୍କ ପାଇଁ ଭଲ ଦିନ ନୁହେଁ, ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ, ଏଡାନ୍ତୁ ନାହିଁ, ଉପଯୂକ୍ତ ଚିକିତ୍ସା କରନ୍ତୁ ।ନିଶ୍ଚିତ କରନ୍ତୁ ଯେ ଭାବି ଚିନ୍ତି ନ କହି ଆପଣ କାହାକୁ ଅପମାନିତ କରନ୍ତୁ ନାହିଁ । ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜିର ଦିନ ସମସ୍ୟା ବହୁଳ ରହିବ ଯାହାକି ଶୀଘ୍ର ପଦକ୍ଷେପ ଆବଶ୍ୟକ କରିପାରେ ।
ବିଛା-ନୂତନ କାର୍ଯ୍ୟ୍ୟରେ ଲିପ୍ତ ରହିବେ । ଭଲ ସମୟ ଏବଂ ଭାଗ୍ୟକୁ ଉପଭୋଗ କରନ୍ତୁ । ମଧୁର କାମକୁ ଉପଭୋଗ କରନ୍ତୁ । ଅବିବାହିତ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ । ତାରକା ବ୍ୟକ୍ତିତ୍ୱ ଙ୍କୁ ସାକ୍ଷାତ କରିବେ । କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ । ମାଲିକ ମାନେ ସହାୟ ହେବେ । ସାଙ୍ଗଙ୍କ ସହ ପରିଦର୍ଶନ ସ୍ଥାଳକୁ ଯାତ୍ରା କରିବେ ।
ଧନୁ-ଆପଣ ଆପଣଙ୍କର ‍ଅର୍ଥ ଭଲ ଭାବରେ ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କ କାମରେ ସାହାଯ୍ୟ କରିବେ । ଆଜି, ଆପଣ ବ୍ୟବସାୟ ସମ୍ପର୍କିତ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ କାମରେ ଭ୍ରମଣ କରିପାରନ୍ତି । ଆପଣଙ୍କ ବୁଦ୍ଧି ଏବଂ ନିପୁଣତା ଦେଖି ଆପଣଙ୍କ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ ଏବଂ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି ।
ମକର-ଅନ୍ୟ ଦିନ ଭଳି ଏହା ମଧ୍ୟ ଏକ ସାଧାରଣ ଦିନ । ଅବଶ୍ୟ, ବୁଦ୍ଧି ଏବଂ କୌଶଳ ଆବଶ୍ୟକ କରୁଥିବା କାର୍ଯ୍ୟ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଲିଖନ ଏବଂ ସାହିତ୍ୟରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ହେଉଛି ଭଲ ଦିନ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ଆପଣଙ୍କୁ ହେବାକୁ ପଡିପାରେ ଯାହାକି ସରକାର ସମ୍ପର୍କିତ ବିଷୟରୁ ସୃଷ୍ଟି ହେବ ।
କୁମ୍ଭ-ଆଜି ଆପଣ ନିଜସହ ସମୟ ଅତିବାହିତକରିବାକୁ ଚାହୁଁଛନ୍ତି ।ଅବଶ୍ୟ ଏହା ଆପଣ ଆଶାକରୁଥିବା ଶାନ୍ତି ଦେଇନପାରେ ।ଏକ ଅପ୍ରିୟ ପରିସ୍ଥିତି ଆପଣଙ୍କସମ୍ମୁଖକୁ ବାସ୍ତବିକତାକୁ ଆଣିବ । ବର୍ତ୍ତମାନ ଆପଣ ଅନୁଭବ କରିବେ ଭଗବାନଙ୍କ ପ୍ରତି ଆପଣଙ୍କ ଥିବା ଭକ୍ତିରୁ ଆପଣ କେତେ ଶକ୍ତି ପାଇଥାଆନ୍ତି ।
ମୀନ-ଦରମା ପାଉଥିବା ଲୋକମାନଙ୍କ ପାଇଁ ଆଜି ର ଦିନ ପ୍ରଗତିଶୀଳ ଦିନ ରହିବ । ଆପଣଙ୍କ ଉପସ୍ଥିତି ଓ ଆପଣ ଦେଉଥିବା ମତାମତ ଯୋଗୁଁ କାର୍ଯ୍ୟସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ମିଟିଙ୍ଗରେ ଲାଭ ମିଳିବ । ଏହା ଆପଣଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବ । ଆଜି ଦିନ ସାରା ଆପଣ ପ୍ରଶଂସା ଶୁଣିବେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.