୨୧-୫-୨୦୨୫(ବୁଧବାର)ଅଦ୍ଯ ବୃଷ ଦି୭ନ, ଜ୍ୟେଷ୍ଠ କୃଷ୍ଣ ନବମୀ ଦ୫୫।୪୩ ରାଘ୩।୨୯,ଶତଭିଷା ଦ୩୬। ୯ ରାଘ୭।୪୦,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)ବୃଷ ଦ୦/୫୬/୪୪ ଇଂଘ ୫/୧୨/୨୨ ଗତେ ଉଦୟ।ବିଛା ଦ୧/୮/୪୫ ଇଂଘ ୬/୧୩/୬ ଗତେ ଅସ୍ତ।ଯୋଗିନୀ ପୂର୍ବେ । ରାତ୍ରି ଘ ୩।୨୯ ଗତେ ଉତ୍ତରେ ।ଯାତ୍ରାଦି ଶୁଭକର୍ମ ନାସ୍ତି । ଗତଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୭।୪୦ ଗତେ ଉତ୍ତରଭାଦ୍ର ରେବତୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ୱାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଦିବା ଘ୮।୨୫ ଗତେ ଘ୧୦।୨ ମଧ୍ୟେ କାଳବେଳା । ଘ୧୧।୩୮ ଗତେ ଘ୧।୧୬ ମଧ୍ୟେ ବାରବେଳା । ରାତ୍ରି ଘ୨।୩୦ ଗତେ ଘ୩।୫୩ ମଧ୍ୟେ,କାଳରାତ୍ରି । ମୃତେ ରାତ୍ରି ଘ୭।୪୦ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ । ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୭।୪୦ ଗତେ ସାତମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଅଲାବୁ (ଲାଉ) ଭକ୍ଷଣ ନିଷେଧ ।ଶରଣଂ(ଅମୃତ) – ଦିବା ଘ୭।୪୭ ଗତେ ଘ୧୧ ।୧୫ ମଧ୍ୟେ ଘ୧।୧୫ ଗତେ ଘ୫ ।୧୯ ମଧ୍ୟେ ରାତ୍ରି ଘ୯ ।୫୩ ମଧ୍ୟେ ଘ୧୨ ।୫ ଗତେ ଘ୧।୩୭ ମଧ୍ଯେ । (ମାହେନ୍ଦ୍ର)- ନାସ୍ତି ।
ମେଷ: ବାଣିଜ୍ୟରୁ ଯଥେଷ୍ଟ ଲାଭ ପାଇବେ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ।
ବୃଷ: ମନରେ ନୂଆ ନୂଆ ବିଚାର ଆସିବ। ଲାଗି ରହିଥିବା ଅସୁବିଧା ଦୂର କରିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ।
ମିଥୁନ: ପ୍ରଭୁଙ୍କ ସ୍ମରଣରେ ମନେର ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟରୁ ଧନଲାଭ ହେବ। ଅଫିସ କାମରେ ଆପଣଙ୍କର ପ୍ରଶ˚ସା ହେବ।
କର୍କଟ: ଆପଣଙ୍କ ମନର ଇଚ୍ଛା ପୂରଣ ହେବ। ବିଲ୍ଡରଙ୍କୁ ନୂଆ ଡିଲ୍ରେ ଲାଭ ହେବ। ଘରକୁ ଅତିଥି ଆସିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍ ରହିବ।
ସି˚ହ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରମାନେ ନିଜର କାମ ଭଲ ଭାବରେ ନିର୍ବାହ କରିବେ।
କନ୍ୟା: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟପଣିଆ ଯୋଗୁଁ ଆଗକୁ ବଢ଼ିବା ସହଜ ହେବ। ଆୟର ନୂଆ ଉତ୍ସ ମିଳିବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇେବ।
ତୁଳା: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଘରକୁ ବନ୍ଧୁଙ୍କ ଆସିବାଯିବା ଲାଗି ରହିବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ହୋଇପାରେ।

ବିଛା: ସଠିକ୍ ନିଷ୍ପତ୍ତି ଆପଣଙ୍କ ଜୀବନକୁ ସରସ ସୁନ୍ଦର କରିବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।
ଧନୁ: ଯେଉଁ କାମ ହାତକୁ ନେବେ ପୂରା ମନଯୋଗ ସହକାରେ କରିବେ। ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କ କଥା ମାନି ନିଅନ୍ତୁ; ସମ୍ବନ୍ଧରେ ମଧୁରତା ଆସିବ।
ମକର: ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ନିକଟ ସ˚ପର୍କୀୟଙ୍କ ଦ୍ବାରା ଲାଭ ହେବ। ପାରିବାରିକ କଷ୍ଟ ଦୂର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।
କୁମ୍ଭ: ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଆପଣଙ୍କ ମନ ବହି ପଢ଼ିବାକୁ କହିବ।
ମୀନ: ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ବଢ଼ିପାରେ। ପ୍ରେମ ଜୀବନ ଖୁବ୍ ରୋଚକ ଓ ଆନନ୍ଦଦାୟକ ରହିବ।
!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

