ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍

ବାରଙ୍ଗ, ୨୦।୫(ଏସଏସନିୟୁଜ୍) ବାରବାଟି ନିର୍ବାଚନ ମଣ୍ଡଳୀର ୩ନଂ ଓ୍ୱାର୍ଡରେ ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍। କଟକ ମହାନଗରନିଗମ ପକ୍ଷରୁ ୩ନଂଓ୍ୱାର୍ଡର ବିଭିନ୍ନ ଗ୍ରାମ ତଥା ବିଦ୍ୟାଧରପୁର, ବେଣ୍ଟକାରପଡା, ଷଣ୍ଢପୁର ଗ୍ରାମ ମାନଙ୍କରେ ମୁଖ୍ୟରାସ୍ତା ସହିତ ଗ୍ରାମର ଗଳିକନ୍ଦି ରାସ୍ତାକଡ ଗୁଡ଼ିକରେ ଜନସାଧାରଣମାନଙ୍କ ସୁବିଧାପାଇଁ ଲଗାଯାଇଛି।କିନ୍ତୁ ଷ୍ଟ୍ରିଟ ଲାଇଟ୍ ଟି କେବଳ ରାତିରେ ଜାଳିବା ପରିବର୍ତ୍ତେ ଦିନରାତି ଜଳି ରହୁଛି। କେତେବେଳେ ବନ୍ଦ୍ ହେବାର ଦେଖାଯାଉନି।
ମହାନଗର ନିଗମର ୩ନଂଓ୍ୱାର୍ଡ ଦାୟିତ୍ଵରେ ଥିବା ବିଦ୍ୟୁତ କର୍ମଚାରୀଙ୍କ ଖାମଖିଆଲି ନୀତି ଓ ଦାୟିତ୍ଵହୀନତା ଯୋଗୁଁ ପ୍ରତିଦିନ ବିଦ୍ୟୁତର ଅପଚୟ ହୋଇ ଚାଲୁଥିଲେ ମଧ୍ୟ କାହାର କିଛି ଫରେକ୍ ପଡ଼ିଲାପରି ମନେ ହେଉନି।

- Advertisement -

Leave A Reply

Your email address will not be published.