ଆଜିର ରାଶିଫଳ

0 215

ମାର୍ଚ୍ଚ ମାସ ୧୨ ତାରିଖ ୨୦୨୩ ମସିହା(ରବିବାର)ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି- ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୧/୫୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୫୬ ,ମେଷ ରାଶିର ଘାତବାର ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବେଲ ରା୯/୫୩ଗତେ ନିମ୍ବ ଭକ୍ଷଣନିଷେଧ ।
ମେଷ-ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି ।
ବୃଷ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।
ମିଥୁନ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ଆପଣ ବହୁତ ଭଲ ବିଚ଼ାରରେ ଭର୍ତି ଅଛନ୍ତି କିନ୍ତୁ ଏ ବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ ।
କର୍କଟ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।
ସିଂହ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।
କନ୍ୟା-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ।
ତୁଳ।-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।
ବିଛା-ଆପଣଙ୍କ ଦିନ ମଙ୍ଗଳମୟ ହେଉ କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।
ଧନୁ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି ।
ମକର-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁ କିଛି ଠିକ୍ ରହିବ ।
କୁମ୍ଭ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆପଣ କେତେକ ପରିସୀମା ପର୍ଯ୍ୟନ୍ତ ଏକ ଭଲ ମନୁଷ୍ୟ ଅଛନ୍ତି କିନ୍ତୁ ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇ ଯାଉଛି ।
ମୀନ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ ।
ନୀତିବାଣୀ-Past କୁ ଅତ୍ୟଧିକ ଭାବିଲେ ଆଖିରୁ ଲୁହ ଆସିଥାଏ, Future କୁ ବେଶି ଚିନ୍ତା କଲେ ମନରେ ଭୟ ସୃଷ୍ଟି ହୁଏ, Present କୁ ହସି ହସି ଉପଭୋଗ କଲେ ଜୀବନ ସୁନ୍ଦର ହୋଇଯାଏ ।
ବାସ୍ତୁଟିପ୍ପଣୀ-ଘରେ କେଉଁସମୟରେ ଝାଡୁ, ଲଗାଇବା ଉଚିତ…ଶାସ୍ତ୍ରରେ ଘରର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣକଲେ ଆପଣଙ୍କର ସମସ୍ତଦୁଃଖ ଦୂରହେବ ତାହା ଵିଷୟରେ ମଧ୍ୟ ଅନେକକଥା କୁହାଯାଇଛି । ଶାସ୍ତ୍ରଅନୁସାରେ ଘରେ ଝାଡୁରଖିବାର ଏକ ସଠିକ ନିୟମ ରହିଛି । ଜ\ò ଆପଣ ଏହି ନିୟମକୁ ପାଳନକରନ୍ତି ତେବେ ଆପଣଙ୍କଘରେ ସୁଖଶାନ୍ତି ବଜାୟ ରହିଥାଏ । ହିନ୍ଦୁଧର୍ମରେ ଝାଡୁକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ଝାଡୁ କୁ ସର୍ବଦା ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ କେହି ଯିବାଆସିବା କରୁନଥିବେ । କାରଣ ଝାଡୁରେ ପାଦବାଜିବାଦ୍ଵାରା ମାତାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହାଦ୍ଵାରା ଆପଣଙ୍କଘର ଉପରେ ବହୁତ ଖରାପପ୍ରଭାବ ପଡିଥାଏ । ଘରର ନାରୀମାନେ କେବେବି ଝାଡୁରେ ନିଜ ଗୋଡ଼ ପୋଛିବେ ଉଚିତ ନୁହେଁ । ଏପରି କରିବାଦ୍ୱାରା ମାତାଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ ଓ ଆପଣଙ୍କଘରେ ଅଶାନ୍ତି ଦେଖାଦେଇଥାଏ ।
ଯଦି ଆପଣଙ୍କଘରେ କୌଣସି ଛୋଟପିଲା ଝାଡୁକୁ ନିଜ ହାତରେ ଉଠାଉଛି ତେବେ ଆପଣ ବୁଝିଯାଅନ୍ତୁ ଯେ ଆପଣଙ୍କ ଘରକୁ କୌଣସି ଅତିଥି ଆସିବେ । ଏହା ଆପଣଂକୁ ଅତିଥିଙ୍କର ଆଗମନର ସୂଚନା ଦେଇଥାଏ । ଘରର ମହିଳାମାନେ ସର୍ବଦା ଧ୍ୟାନଦିଅନ୍ତୁ ଯେ ସୂର୍ଯ୍ୟାସ୍ତସମୟ ରେ କେବେମଧ୍ୟ ଘରେ ଝାଡୁ ଦିଅନ୍ତୁନାହିଁ । ଏହାଦ୍ଵାରା ମାତାଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରିଥାନ୍ତି । ଯାହାଦ୍ୱାରା ଆପଣଙ୍କ ଜୀବନରେ ବିଭିନ୍ନପ୍ରକାର ସମସ୍ୟା ଦେଖାଦେଇଥାଏ । ଝାଡୁକୁ କେବେ ମଧ୍ୟ ଘରବାହାରେ କିମ୍ବା ଛାତଉପରେ ରଖନ୍ତୁନାହିଁ । ଏପରି କରିବାଦ୍ୱାରା ଘରେ ଚୋରି ହେବାର ସମ୍ଭାବନା ଥାଏ ।
ଘରର କୌଣସିବ୍ୟକ୍ତି ବାହାରକୁ ଯାଉଥିବା ସମୟରେ ଘରେ ଝାଡୁକରିବା ଉଚିତନୁହେଁ । ଏପରି କରିବାଦ୍ୱାରା ସେହି ବ୍ୟକ୍ତିର ଯାତ୍ରାଅଶୁଭ ସାବ୍ୟସ୍ତ ହୋଇଥାଏ । ଭୁଲରେ ମଧ୍ୟ ରାତ୍ରି ସମୟରେ ଘରେ ଝାଡୁ ଦିଅନ୍ତୁନାହିଁ । ଏପରି କରିବାଦ୍ୱାରା ଘରର ସଦସ୍ୟମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯେତେବେଳେ ଆପଣ ପୁରୁଣାଘର ଛାଡ଼ି ନୂଆ ଘରକୁ ଯାଉଛନ୍ତି ସେତେବେଳେ ପୁରୁଣା ଘରେ ଥିବା ଝାଡୁକୁ ନୂଆ ଘରକୁ ନିଅନ୍ତୁ ନାହିଁ ବରଂ ଏକ ନୂଆ ଝାଡୁ ନିଅନ୍ତୁ । ପୁରୁଣା ଝାଡୁ ନେବାଦ୍ବାରା ଏହା ଆପଣଙ୍କଘର ଉପରେକୁ ପ୍ରଭାବ ପକାଇଥାଏ ।
ଆଜିର ଦିନଟି ମଙ୍ଗଳମୟ ହେଉ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

 

 

 

 

Leave A Reply

Your email address will not be published.