ଆଜିର ରାଶିଫଳ

0 104

୨୦୨୪ମସିହା ଜାନୁଆରୀମାସ ୧୪ତାରିଖ ରବିବାର। ତ୍ର୍ୟହସ୍ପର୍ଶ ଇତ୍ୟାଦିର ଗ୍ରହପୂଜା, ଶ୍ରୀଜୀଉଙ୍କ ନବାଙ୍କବେଶ, ମାସାନ୍ତ।ବିବିଧ- ଶରଣ।ଦିବା ଘ୧୧/ ୧୨ମିସମୟେ ମାସାନ୍ତପ୍ରବେଶ।ସୁର୍ଯ୍ୟୋଦୟ- ଘ୬/୨୮/୮ ,ସୂର୍ଯ୍ୟାସ୍ତ- ଘ୫/୨୩/୮ ,ପୌଷମାସ .ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ତୃତୀୟା ଦିବା ଘ୮/୨୬ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀକ୍ଷୟ ନିଶାନ୍ତଘ୫/୨୭ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୮/୨୬ମିପରେ ନୈର୍ଋତକୋଣରେ।ନିଶାନ୍ତ ଘ୫/୨୭ମିପରେ ଦକ୍ଷିଣଦିଗରେ।ତ୍ର୍ୟହସ୍ପର୍ଶତିଥି,ବ୍ୟତିପାତ,ଶନିଯୁକ୍ତ,ବିଷ୍ଟିକରଣ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ,ଦିବାଘ୮/୨୬ମିପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବାଘ୧୦/୩୫ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୫ମି ରୁ ଘ୩/୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବାଘ୭/୧୬ମି ରୁ ଘ୯/୪୦ମିମଧ୍ୟେ,ଘ୧୨/୫୨ମି ରୁ ଘ୪/୪ମି ମଧ୍ୟେ, ରାତ୍ରି ଘ୭/୪୭ମି ରୁ ଘ୮/୨୩ମିମଧ୍ୟେ, ଘ୧୦/୪୭ମି ରୁ ଘ୧୨/୨୩ମି ମଧ୍ୟେ,ଘ୧/୧୧ମି ରୁ ଘ୪/୨୩ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୪/୫୨ମି ରୁ ସୂର୍ଯ୍ୟାସ୍ତ ଘ୫/୨୩ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦବାର ପୁଷ୍କରଦୋଷ ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସର୍ବସମ୍ପନ୍ନା (ଶୁଭ)।ବାର ଓ ତିଥିଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ, ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ।ଶୁଭକର୍ମ- ନାହିଁ
ମେଷ- ସମସ୍ତଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
ବୃଷ- ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ।
ମିଥୁନ- ଅଫିସରେ ସମସ୍ତଙ୍କର ସହଯୋଗପାଇବେ।ପରିବାରରେ ଶାନ୍ତିଦାୟକପରିବେଶ ରହିବ।ଆମଦାନିରେ ବୃଦ୍ଧିହେବ।ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
କର୍କଟ-ମନ୍ଦିରକୁ ଠାକୁରଦର୍ଶନ ପାଇଁ ଯିବେ।କାର୍ଯ୍ୟକ୍ଷେତ୍ରରେ ପୂର୍ବପରିଚୟରୁ ଲାଭପାଇବେ। ଭାଇଭଉଣୀଙ୍କ ସହଯୋଗରେ କୌଣସି କାମ ଆରମ୍ଭ କରିବେ।
ସିଂହ- ଅନ୍ୟମାନଙ୍କ ସହ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ସବୁ କଷ୍ଟର ନିବାରଣ ହେବ।
କନ୍ୟା- ଶିକ୍ଷକଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ। କାର୍ଯ୍ୟରେ ମାଆଙ୍କ ସହଯୋଗ ପାଇବେ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ମିଳିବ।
ତୁଳା-କାର୍ଯ୍ୟକ୍ଷେତ୍ରରେ ଉନ୍ନତିରଯୋଗ ରହିଛି।ଆପଣ ଭାବିଥିବାକାମ ସଂପୂର୍ଣ୍ଣହୋଇଯିବ।ଧର୍ମଗ୍ରନ୍ଥପଢ଼ିବାରେ ରୁଚିବଢ଼ିବ।ପାରିବାରିକଜୀବନ ଶାନ୍ତିମୟ ହେବ।
ବିଛା- ନିଜର ସ୍ବାସ୍ଥ୍ୟନେଇ ସତର୍କରୁହନ୍ତୁ।ବେପାରରେ ଲାଭପାଇବେ।ସଙ୍ଗୀତକ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଠିକ୍ ରହିବ।
ଧନୁ- ପରିବାରକୁ ଅଧିକସମୟ ଦେବାର ସୁଯୋଗପାଇବେ।ଅର୍ଥପାଇଁ କୌଣସିକାମ ସ୍ଥଗିତରହିପାରେ।କୌଣସିବ୍ୟକ୍ତି କ୍ଷତିପହଞ୍ଚାଇପାରନ୍ତି,ତେଣୁ ସତର୍କ ରୁହନ୍ତୁ।
ମକର- ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ଅଧିକ ପରିଶ୍ରମ କରି ସନ୍ତୋଷଜନକ ଫଳ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।
କୁମ୍ଭ- ଆପଣଙ୍କ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କାମରେ ବନ୍ଧୁଙ୍କ ପରାମର୍ଶ ଲାଭପ୍ରଦ। ଆପଣଙ୍କ ବିବାହ ପ୍ରସଙ୍ଗରେ ଆସୁଥିବା ବାଧା ପାଇଁ ଚିନ୍ତିତ ରହିବେ।
ମୀନ-ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଠିକ୍ ଦିଗରେ ପରିଶ୍ରମ କଲେ ଯାଇ ଫଳ ପାଇବେ। ଅଫିସର କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.