ନୂଆ ଷ୍ଟେସନ ମେମୁ ଲୋକାର୍ପଣ

0 34

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ନୂଆଷ୍ଟେସନ ଓ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବାବାଲେଶ୍ୱରଜିଲ୍ଲା ଗୋପୀନାଥପୁର ରେଳଷ୍ଟେସନ୍‌ର ଲୋକାର୍ପଣ ସାଙ୍ଗକୁ ନୀଳଗିରି-ବାଲେଶ୍ୱର ମେମୁଟ୍ରେନ୍‌କୁ ନୀଳଗିରିରେ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ।ନୀଳଗିରିରୁ ଟ୍ରେନ୍ ଗଡ଼ିବା ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବତାଙ୍କ ମନ୍ତବ୍ୟରେ କହିଛନ୍ତି ଓଡ଼ିଶା ବିକାଶ ପାଇଁ କିଛି ଲୋକଙ୍କ ଇଚ୍ଛା ନାହିଁ ।ପୂର୍ବତନ ଦୁଇ କଂଗ୍ରେସ ମନ୍ତ୍ରୀ କାହ୍ନୁ ଲେଙ୍କା ଓ ଶ୍ରୀକାନ୍ତ ଜେନାଙ୍କୁ ସମାଲୋଚନା କଲେ ଅଶ୍ୱିନୀ ବୈଷ୍ଣବାଉଭୟଙ୍କର ଯଦି କରିବାର ଇଚ୍ଛା ଥାଆନ୍ତା , କରି ନଥାନ୍ତେ କି ବୋଲି କହିଥିଲେ ।କିଛି ଲୋକ ଅଛନ୍ତି , ଯାହାର ଇଚ୍ଛା ଶକ୍ତି ଓଡ଼ିଶାର ବିକାଶ ପାଇଁ ଜମା ନାହିଁ ।ଓଡ଼ିଶାର ବିକାଶ ପାଇଁ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ସକଳ୍ପ ନେଇଛନ୍ତି ।ମୋଦି ଯାହା ସ୍ୱପ୍ନ ଦେଖନ୍ତି , ତାକୁ ସାକାର କରନ୍ତି ବୋଲି କହିଛନ୍ତି ବୈଷ୍ଣବ ।ଏହାସହ ନୀଳଗିରିରୁ ବେତନଟୀକୁ ରେଳ ଲାଇନ୍‌ର ସର୍ଭେ ଆରମ୍ଭ ହୋଇଛି’ ।ଖୁବଶିଘ୍ର ରେଳଲାଇନ୍ ନୀଳଗିରିରୁ ବେତନଟୀକୁ ପଡ଼ିବ ବୋଲି କହିଥିଲେ ରେଳମନ୍ତ୍ରୀା

 

Leave A Reply

Your email address will not be published.