ଆଜିଠୁ ଆଂଶିକ ଲକ୍‌ଡାଉନ୍‌ର ନୂଆ କଟକଣା ଲାଗୁ

0 181

ଭୁବନେଶ୍ୱର, ୧/୭(ଏସଏସନିୟୁଜ) ଆଜିଠୁ ଆଂଶିକ ଲକ୍‌ଡାଉନ୍‌ର ନୂଆ କଟକଣା ଲାଗୁ ହୋଇଛି ।ରାଜ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ କଟକଣା ଅବଧିକୁ ବୃଦ୍ଧି କରାଯାଇଛି । କାଟାଗୋରୀ A ଓ B ରେ ଜିଲ୍ଲାଗୁଡିକୁ ବିଭକ୍ତ କରାଯାଇଛି । କାଟାଗୋରୀ A ରେ ୨୦ଟିଜିଲ୍ଲା ଓ B ରେ ୧୦ଟିଜିଲ୍ଲା ସାମିଲ କରାଯାଇଛି ।
କାଟାଗୋରୀ A ରେ ଆସୁଥିବା ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର ଖୋଲିବ। ଦୈନିକ ଓ ସାପ୍ତାହିକ ହାଟ ବସିପାରିବ । ସିଟିଂ କାପାସିଟି ସହ ବସ୍ ଚାଲିପାରିବ, ଡ୍ରାଇଭର୍ ବ୍ୟତୀତ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଟ୍ୟାକ୍ସି ଓ ଅଟୋ ଚଳାଚଳକୁ ଅନୁମତି ମିଳିଛି । ଇନ୍‌ଡୋର୍ ଓ ଆଉଟ୍‌ଡୋର୍ ଫିଲ୍ମ, ସିରିଏଲ୍ ସୁଟିଂକୁ ଅନୁମତି ରହିଛି ।ମଲ୍, ସ୍ପା, ଜିମ୍ ଓ ବିୟୁଟି ପାର୍ଲର ପୂର୍ବଭଳି ବନ୍ଦ ରହିବ।ଏହି ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଥିବାବେଳେ ନାଇଟ୍ କର୍ଫ୍ୟୁ ଜାରି ରହିବ।
କାଟାଗୋରୀ B ରେ ଆସୁଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ତେବେ ମଲ୍, ବିୟୁଟି ପାର୍ଲର, ସ୍ପା, ଜିମ୍, ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଏସବୁ ଜିଲ୍ଲାରେ କେବଳ ଆଉଟ୍ ଡୋର୍ ସୁଟିଂକୁ ଅନୁମତି ମିଳିଛି । ଉଠା ଦୋକାନୀ ଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୋକାନ ଖୋଲିପାରିବେ। କିନ୍ତୁ ଖାଦ୍ୟ ସାମଗ୍ରୀ କେବଳ ପାର୍ସଲ ଦେବେ। କୌଣସି ସାମାଜିକ,ସାଂସ୍କୃତିକ କି ଧାର୍ମିକ କାର୍ଯ୍ୟକ୍ରମ  ବି ହୋଇପାରିବ ନାହିଁ। ସେହିପରି ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ପୂର୍ବଭଳି ବଳବତ୍ତର ରହିବ। ବାହାଘର, ଶୁଦ୍ଧି କାର୍ଯ୍ୟ  ରେ ଭୋଜି ପାଇଁ ଅନୁମତି ଦିଆଯାଇନାହିଁ। କର୍ତ୍ତା ଚାହିଁଲେ ଖାଦ୍ୟ ପାର୍ସଲ ଦେଇ ପାରିବେ। କୌଣସି ସାମାଜିକ,ସାଂସ୍କୃତିକ କି ଧାର୍ମିକ କାର୍ଯ୍ୟକ୍ରମ  ବି ହୋଇପାରିବ ନାହିଁ। ଏହି ସବୁ ଜିଲ୍ଲାରେ ପୂର୍ବଭଳି ସପ୍ତାହାନ୍ତ ସଟ୍‌ଡାଉନ୍ ଇଟ୍ କର୍ଫ୍ୟୁ ବଳବତ୍ତର ରହିବ।

Leave A Reply

Your email address will not be published.