ଅଣ୍ଡାରୁ ଫୁଟିଲେ ଅଜଗର ଛୁଆ

0 228

ଖୋର୍ଦ୍ଧା, ୧/୭(ଏସଏସନିୟୁଜ) ଖୋର୍ଦ୍ଧା ଜିଲ୍ଲା ଗଡ଼ନିଆଳ ଗାଁ ନିକଟ ଜଙ୍ଗଲର ଏକ ପଥର କୋରଡରୁ ବନବିଭାଗ ଉଦ୍ଧାର କରିଥିଲା ୩୦ଟି ଅଜଗର ଅଣ୍ଡା । ପଥର କୋରଡ଼ରୁ ସବୁ ଅଣ୍ଡା ଗୁଡିକୁ ବନବିଭାଗ ଆଣି ନିଆଳ ପ୍ରାଥମିକ ସ୍କୁଲରେ ଆଣି ରଖିଥିଲେ ମଧ୍ୟ ଅଣ୍ଡାରେ ପିମ୍ପୁଡି ଲାଗିବାରୁ ଅଣ୍ଡାସବୁକୁ ମିଞ୍ଚିନିପାଟଣା ରେଂଜ୍ କାର‌୍ୟ୍ୟାଳୟରେ କୃତ୍ରିମ ଉପାୟରେ ରଖାଯାଇଥିଲା ।ଏହି ଅଣ୍ଡା ଫୁଟି ଛୁଆ ବାହାରିବା ଆରମ୍ଭ ହୋଇଛି । ମଙ୍ଗଳବାର ୪ଟି ଛୁଆ ଅଣ୍ଡାରୁ ଫୁଟିଥିବା ବେଳେ ବୁଧବାର ୧୫ଟି ଫୁଟିଛନ୍ତି। ବାକି ୧୧ ଅଣ୍ଡାରୁ ମଧ୍ୟ ଛୁଆ ବାହାରି ଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.