ଆଲୋଚନା କଲେ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

0 292

ନୂଆଦିଲ୍ଲୀ,୨୦/୩(ସତ୍ୟସନ୍ଧାନ ଡେସ୍କ) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବିକାଶ ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହୋଇଛି । ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଶେଷ ଦେଶ ଭାବେ ଭାରତରେ ପହଞ୍ଚିଛନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବାଇଡେନ୍ ପ୍ରଶାସନ ସହ ସହଯୋଗୀ ଦେଶର ସମ୍ପର୍କକୁ ପ୍ରଭାବିତ କରିବ । ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ବୁଝାମଣା ସ୍ୱାକ୍ଷର ହୋଇଛି ।
ମିଳିତ ପ୍ରେସମିଟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନ୍ କହିଛନ୍ତି- ରାଜନାଥଙ୍କ ସହ ଚର୍ଚ୍ଚା ସାର୍ଥକ ହୋଇଛି । ଏଫଡିଆଇର ଲାଭ ସହ ୨ଦେଶର ସେନା ମଧ୍ୟରେ ସହଭାଗିତା, ସୂଚନା ବିନିମୟ, ଯୁଦ୍ଧ ସହଯୋଗ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଏହା ପ୍ରଥମ ଭାରତ ଗସ୍ତ ରାଜନାଥ ସିଂହ କହିଛନ୍ତି ।

Leave A Reply

Your email address will not be published.