ଆଳୁ କିଲୋ ୩୮୦ ଟଙ୍କା

0 393

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାପରେ ନ୍ୟତ୍ୟବ୍ୟବହାର‌୍ୟ୍ୟ ସାମଗ୍ରୀ ଠିକଭାବେ ମିଳୁନାହିଁ ।ଯାହାବି ମିଳୁଛି ଆଶାଠାରୁ ଅଧିକ ମୁଲ୍ୟ ରହିଛି । ଆଳୁ କିଲୋ ୩୮୦ ଟଙ୍କା ଓ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା ରହିଛି । ଦୈନିକ ପେଟ୍ରୋଲ-ଡିଜେଲର ଅଭାବ ପରିଲକ୍ଷିତ ହୋଇଛି । ଭୀଷଣ ଆର୍ଥିକ ସଙ୍କଟର କଠିନ ପରିସ୍ଥିତିକୁ ସାମ୍ନା କରୁଛି ଦେଶ । ଆର୍ଥିକ ସଙ୍କଟ କାରଣରୁ ଦେଶରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଗୋଟବାୟା ନିଜର କର୍ତ୍ତବ୍ୟ ଠିକ୍ ଭାବେ ତୁଲାଇ ନଥିବା ଅଭିଯୋଗରେ ହଜାର ହଜାର ସଂଖ୍ୟାରେ ଛାତ୍ର ରାଜରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଥିବା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

Leave A Reply

Your email address will not be published.