Browsing monthly archive

April 2024

କାଲିଠାରୁ ସକାଳ ୬.୩୦ରୁ ସ୍କୁଲ

ଭୁବନେଶ୍ୱର,୬।୪(ଏସଏସନିଉଜ)ଆସନ୍ତାକାଲିଠାରୁ ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ମହଜୁଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ମହାବାରୁଣୀ ଭିଡ଼

ଭୁବନେଶ୍ୱର,୬।୪(ଏସଏସନିଉଜ)ଆଜି ମହାବାରୁଣୀ ପାଇଁ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆଜି ଭୋରୁ ଶ୍ରଦ୍ଧାଳୁମାନେ ପୁଣ୍ୟତୋୟା ବୈତରଣୀ ନଦୀ ଓ ଚିତ୍ରୋତ୍ପଳା ନଦୀ ସମେତ ଅନ୍ୟାନ୍ୟ ନଦୀରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଛନ୍ତି।ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଵ୍ୟଵସ୍ଥାମାନ ଗ୍ରହଣ କରାଯାଇଛି ।

ଘରେପଶି ଯୁବକଙ୍କୁ ହତ୍ୟା!

ପୋଲସରା,୬।୪(ଏସଏସନିଉଜ)ଘରେପଶି ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ତନ୍ଦରାସାହିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ହତ୍ୟା ହୋଇଥିବାବେଳେ କିଏ ଓ କାହିଁକି ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି ।ଖବର ପାଇ ପୋଲିସ ପହଁଚି ତଦନ୍ତ ଆରଂଭ କରିଛି।

ଆଉ ୨୪ଘଣ୍ଟା ହିଟ୍‌ୱେଭ୍‌!

ଭୁବନେଶ୍ୱର,୬।୪(ଏସଏସନିଉଜ)ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍‌ୱେଭ ଜାରି ରହିବା ନେଇ ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା।କଟକ, ଭଦ୍ରକ,ନୟାଗଡ଼, ମୟୂରଭଞ୍ଜ,କଳାହାଣ୍ଡି,ବୌଦ୍ଧ,ମାଲକାନଗିରି,ନୂଆପଡ଼ା,ନବରଙ୍ଗପୁର,କନ୍ଧମାଳ,ବଲାଙ୍ଗିରକୁ ସତର୍କ ସୂଚନା ଦିଆଯାଇଛି।୮ ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ମଧ୍ୟ ସତର୍କ ସୂଚନା ଜାରି ହୋଇଛି। ସେଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ,ସମ୍ବଲପୁର, ସୋନପୁର,ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼ ରେ ରାତିଉଷ୍ମ ରହିବ।ଏହାସହ ଗଜପତି ,ବାଲେଶ୍ବର, ଖୋର୍ଦ୍ଧା, ପୁରୀରେ ଗୁଳୁଗୁଳି ଜାରିରହିବ ବୋଲି କୁହାଯାଇଛି।

ଆଜିର ରାଶିଫଳ

ଅପ୍ରେଲମାସ ୦୬ତାରିଖ ୨୦୨୪ ମସିହା(ଶନିବାର) ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୨୦/୩୬ ଗତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୦୫, ଯୋଗିନୀ ନୈରୁତେ ଦିବା ଘ୧୦/୩୬ ଗତେ ଦକ୍ଷିଣେ, ତ୍ରୟୋଦଶୀ ଏକଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୧୦ ମଧ୍ୟେ ଓ ଘ୦୪/୨୫ ଗତେ ଘ୦୬/୦୦ ମଧ୍ୟେ,ବାରବେଳା – ଦିବା ଘ୦୧/୨୦ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୯/୩୮ ଗତେ ଘ୧୨/୫୦ ଓ ରାତ୍ରି ଘ୦୮/୨୪ […]

ଛୁଆକୁ ଧରି ନଦୀକୁ ଡେଇଁଲା ମା

ଆଳି,୫।୪(ଏସଏସନିଉଜ)ସ୍ବାମୀ ଆଗରେ ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁପଡ଼ିଲେ ସ୍ତ୍ରୀ। ଗଡ଼ଗଡି ବ୍ରିଜ୍‌ ଉପରୁ ଖରସ୍ରୋତା ନଦୀକୁ ଡେଇଁ ପଡିଥିଲେ।ନଦୀରୁ ମା’ଛୁଆଙ୍କୁ ସୁରକ୍ଷିତ ଭାବେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ମା’ଛୁଆଙ୍କୁ କେନ୍ଦ୍ରାପଡା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।ମହିଳା ଖନ୍ଦୋଳ ଗାଁର ହୋଇଥିବା ବେଳେ , ପାରିବାରିକ କଳହରୁ ଡେଇଁପଡ଼ିଥିବା ସୂଚନା ମିଳିଛି।

କଳାହାଣ୍ଡିରୁ ପୁଣି ବାଘଛାଲ ଜବତ

ଭୁବନେଶ୍ୱର,୫।୪(ଏସଏସନିଉଜ)ନର୍ଲା ରେଳଷ୍ଟେସନ ନିକଟରୁ ବାଘଛାଲ ଜବତ ହୋଇଛି।ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF।ଗିରଫ ୨ଅଭିଯୁକ୍ତ ହେଉଛନ୍ତି ଚକ୍ରା ବେନାଲ ଓ ପୂର୍ଣ୍ଣଚନ୍ଦ୍ର ବାଗ।୩ଲକ୍ଷ ଟଙ୍କାରେ ଡିଲ କରୁଥିବା ତଦନ୍ତରୁ ଜଣାପଡ଼ିଛି।

ଘୋଷଣାପତ୍ର ଜାରିକଲା କଂଗ୍ରେସ

ଭୁବନେଶ୍ୱର,୫।୪(ଏସଏସନିଉଜ)ଲୋକସଭା ନିର୍ବାଚନ ନେଇ ଇସ୍ତାହାର ପ୍ରକାଶ କରିଛି କଂଗ୍ରେସ।ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଜାରି କରିଛି କଂଗ୍ରେସ।ନିର୍ବାଚନ ଇସ୍ତାହାରରେ ୫ଟି ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି।ସଭାପତି ଖଡ୍‌ଗେ, ସୋନିଆ ଗାନ୍ଧି ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।ଜାତିଗତ ଜନଗଣନା କରିବାକୁ ଇସ୍ତାହାରରେ ପ୍ରତିଶ୍ରୁତି।ମନରେଗାରେ ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି ପ୍ରତିଶ୍ରୁତି।୧ଲକ୍ଷ ଟଙ୍କା ଦରମାରେ ଯୁବକଙ୍କୁ ନିଯୁକ୍ତି, ଋଣଛାଡ଼ ପ୍ରତିଶ୍ରୁତି।ଫସଲର ସର୍ବନିମ୍ନ ସହାୟକ ମୂଲ୍ୟପାଇଁ ଲିଗାଲଗ୍ୟାରେଣ୍ଟି।ମହାଲକ୍ଷ୍ମୀ ଯୋଜନାରେ ଗରିବ ପରିବାରକୁ ବାର୍ଷିକ ୧ଲକ୍ଷଟଙ୍କା ପ୍ରତିଶ୍ରୁତି।ସାମାଜିକସୁରକ୍ଷା ଭତ୍ତା ମାସିକ ୧ହଜାରକୁ […]

କୋଟିଆରେ ମୁଖ୍ୟସଚିବ

କୋରାପୁଟ,୫।୪(ଏସଏସନିଉଜ)କୋଟିଆ ଗସ୍ତରେ ମୁଖ୍ୟସଚିବ ପ୍ରଦୀପଜେନା।ମୁଖ୍ୟ ସଚିବଙ୍କ ସହ କୃଷି ସଚିବ ଅରବିନ୍ଦପାଢ଼ୀ ମଧ୍ୟ ସାମିଲ ହୋଇଥିଲେ।କୋଟିଆରେ ବିଭିନ୍ନଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ସ୍କୁଲ,ମା’ଗୃହ,ହସ୍ପିଟାଲ, ବାରାକ ସହ ଜଗନ୍ନାଥମନ୍ଦିର ବୁଲି ଦେଖିଛନ୍ତି,ଜିଲ୍ଲାପାଳଙ୍କ ସହ ଡିଆଇଜି, ଏସ୍‌ପି, ଡିଏସପି ଗସ୍ତ ବେଳେ ଉପସ୍ଥିତ ଥିଲେ।

୧୧ରୁ ସାଢ଼େ ୩ କାମ ବନ୍ଦ

ଭୁବନେଶ୍ୱର,୫।୪(ଏସଏସନିଉଜ)ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଦିନ ୧୧ରୁ ସାଢ଼େ ୩ ଶ୍ରମିକଙ୍କୁ କାମ ନକରିବାପାଇ ନିର୍ଦ୍ଦେଶା ନାମା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମାବିଭାଗ।ଏପ୍ରିଲରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନିର୍ଦ୍ଦେଶ ଦିଆଯାଇଛି।ଏହାସହ ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରିକରିଛି ପାଣିପାଗବିଭାଗ।ଖୋର୍ଦ୍ଧା,କଟକ,ବୌଦ୍ଧ , ମାଲକାନଗିରି ,କେନ୍ଦୁଝରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଓ ନୟାଗଡ଼ ,ଅନୁଗୁଳ ,ବଲାଙ୍ଗିର […]