Browsing category

ଜିଲ୍ଲା

ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର,୨।୫(ଏସଏସନିଉଜ)ଆସୁଛି ଆଉ ଏକଲଘୁଚାପ।ମେ ଦ୍ୱିତୀୟସପ୍ତାହରେ ଆଉ ଏକ ଲଘୁଚାପନେଇ ଆକଳନକରୁଛି ଗ୍ଲୋବାଲଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ। ମେ ୧୧ରୁ ୧୫ ତାରିଖବେଳକୁ ଦକ୍ଷିଣ-ପୂର୍ବ-ବଙ୍ଗୋପସାଗର ଏବଂ ତାଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେବୋଲି ପୂର୍ବାନୁମାନ କରାଯାଇଛି।ପରେ ଏହା ଘନୀଭୂତହୋଇ ଲଘୁଚାପର ରୂପ ନେବାର ସମ୍ଭାବନାରହିଛି।ପରବର୍ତ୍ତୀସମୟରେ ତାହା ଅଧିକ ଘନୀଭୂତହୋଇ ସାଇକ୍ଲୋ ଜେନିସିସର ରୂପ ନେବାର ସମ୍ଭାବନାରହିଥିବା ଜିଏଫଏସ ଆକଳନକରିଛି ।କିନ୍ତୁ ଏନେଇ ଭାରତୀୟ ପାଣିପାଗବିଭାଗ ପକ୍ଷରୁ ଅଦ୍ୟାବଧି କୌଣସିସୂଚନା ଦିଆଯାଇନାହିଁ।

ସରିଲା ନିର୍ବାଚନ,ବଢିଲା ଗ୍ୟାସ୍

ଭୁବନେଶ୍ୱର,୧।୫(ଏସଏସନିଉଜ)ମାସଆରମ୍ଭରୁ ପୁଣି ଆରମ୍ଭ ହୋଇଛି ମହଙ୍ଗା ମାଡ଼।ଜଳିଲା ପକେଟ୍,ପୁଣି ବଢିଗଲା ଗ୍ୟାସ୍ ରେଟ।ପ୍ରାୟ ହଜାରେଟଙ୍କା ବଢିଛି ରନ୍ଧନଗ୍ୟାସ୍ ।ଏହାଫଳରେ ଆଉ ଛୁଇଁହେବନି ହୋଟେଲ କି ରେସ୍ତୋରାଁ ଖାଦ୍ୟ।୫କେଜିଆ ସିଲିଣ୍ଡର ବି ହୋଇଛି ମହଙ୍ଗା । ଏକାଥରକେ ପ୍ରାୟହଜାରେ ବଢ଼ିଲା LPGଦର।ଆଜିଠାରୁ କମର୍ସିଆଲ ଏଲପିଜି ସିଲିଣ୍ଡରଦର ପିଛା ୯୯୩ଟଙ୍କା ବୃଦ୍ଧି ପାଇଛି। ୧୯କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୯୯୩ଟଙ୍କା ବୃଦ୍ଧିପାଇଛି।ଏହି ବୃଦ୍ଧିସହ ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୩ହଜାର ୭୧ଟଙ୍କା୫୦ପଇସା ହୋଇଛି।ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନଶେଷ ହେଉହେଉ […]

ସାବଧାନ! ମୋରମ ମାଫିଆ…ଆକ୍ସନମୁଡରେ ଚନ୍ଦକାପୋଲିସ

ମେଣ୍ଢାଶାଳ,୩୦।୪(ଏସଏସନିଉଜ) ଗତ କିଛିଦିନ ହେବ ମୋରମ ମାଫିଆ ମାନଙ୍କ ପାଇ ଚିନ୍ତାର କାରଣ ସାଜିଛି ଚନ୍ଦକାଥାନା ପୋଲିସ।ଆକ୍ସନମୁଡ଼ରେ ଥିବା ପୋଲିସ ଚନ୍ଦକା ଥାନା ଅଞ୍ଚଳରୁ ବେଆଇନ ଭାବେ ଚାଲିଥିବା ମୋରମ ଚୋରା ଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇଥିବା ଭଳି ଜଣାପଡିଛି।ଯାହାଫଳରେ ପୋଲିସ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିବା ଘଟଣା ମାଫିଆମାନଙ୍କ ଅସନ୍ତୋଷରକାରଣ ସାଜିଛି। ପୁଣି ମଙ୍ଗଳବାର ରାତି ଅଧିଆ ଚଢାଉ କରି ପୋଲିସ ପାଇକିରାପୁରର ମୋରମ ଖଣିରୁ ୩ଜେସିବି […]

ଟଙ୍କା ନେଇ ଘରନଦେବା ଅଭିଯୋଗରେ ରିଅଲ ଇଷ୍ଟେଟ ଏମଡି ଗିରଫ

ମେଣ୍ଢାଶାଳ,୨୮।୪(ଏସଏସନିଉଜ)ଏକ ଡୁପ୍ଲେକ୍ସ ଘର ଦେବାକୁ ଦୁଇ ବର୍ଷ ତଳେ ଟଙ୍କାନେଇ ଘରନଦେବା,ଟଙ୍କା ନଫେରାଇବା ଓ ଟଙ୍କାମାଗିବାରୁ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସିଏ ହେଲେ କେଉଁଝର ସାରଳା ଗ୍ରାମର ସୁଶାନ୍ତ କୁମାର ବେହେରା। ପ୍ରକାଶଯେ,ଏକ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଭାବେ ସୁଶାନ୍ତ କୁମାର ବେହେରା କାର୍ଯ୍ୟ କରନ୍ତି।ସେ ଦାରୁଠେଙ୍ଗରେ ଏକ ଡୁପ୍ଲେକ୍ସ ଘର ନିର୍ମାଣ କରି ଦେବା ପାଇଁ ଲୋକନାଥ ମିଶ୍ର ନାମକ […]

ବାଲିଘାଟ ଲିଜଧାରୀଙ୍କ ବେଆଇନକାର୍ଯ୍ୟ ବନ୍ଦନହେଲେ ଆନ୍ଦୋଳନ

କଟକ,୨୮।୪(ଏସଏସନିଉଜ) ବାରଙ୍ଗ ତହସିଲ ଅଞ୍ଚଳରେ ଥିବା ବାଲିଘାଟ ଲିଜଧାରିମାନଙ୍କ ମାନମାନିକୁ ବିରୋଧକରି ବାରଙ୍ଗ ଟ୍ରକ ମାଲିକ ସଂଘକଟକ ଖଣିଅଧିକାରୀଙ୍କୁ ଭେଟି ବିଭିନ୍ନ ଦାବିଉପରେ ସୋମବାର ଆଲୋଚନା କରିଛନ୍ତି।ଗାଡି ମାଲିକମାନଙ୍କ ଦାବିପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ପ୍ରକାଶଯେ,ଗତ କିଛିମାସ ହେବ ବାରଙ୍ଗ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଲିଜ ବାଲିଘାଟରେ ଲିଜଧାରିମାନେ ସରକାରଙ୍କ ନିୟମକୁ ଉଲଂଘନ କରୁଥିବାର ବାରଙ୍ଗ ଟ୍ରକ ମାଲିକସଂଘ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଟ୍ରକ ମାଲିକ ସଂଘ ପକ୍ଷରୁ […]

ଉପକୂଳବର୍ତ୍ତୀ ଜିଲ୍ଲାରେ ଗରମ ସହ ଗୁଳୁଗୁଳି

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆସନ୍ତା ଦୁଇଦିନ ଗରମ ସହ ଗୁଳୁଗୁଳି ଲାଗିରହିବାନେଇ ସତର୍କସୂଚନା ଜାରିକଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗକେନ୍ଦ୍ର।ବାଲେଶ୍ବର,ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,ପୁରୀ,ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ,ଗଜପତି ଜିଲ୍ଲାପାଇଁ ସତର୍କସୂଚନା ଦିଆଯାଇଛି।ଉପକୂଳବର୍ତ୍ତୀ ଓ କିଛି ଦକ୍ଷିଣଓଡ଼ିଶା ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷା ସମ୍ଭାବନା ରହିଥିବାର କୁହାଯାଇଛି।

ଦାମଙ୍କ ପ୍ରତିମୂର୍ତ୍ତି ଭଙ୍ଗାର ତଦନ୍ତ ହେଉ:- ବିଭୂ

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂତରାଇଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଏହାର ତଦନ୍ତଦାବି କରାଯାଇଛି।ଡିଏଫ୍‌ଓଙ୍କ ସହ ମୁଁ ନିଜେ କଥାହୋଇଥିଲି,କିପରି ଭଙ୍ଗାହେଲା ଜାଣିନିବୋଲି କହିଲେ।କାହା ଚାପରେ ଭଙ୍ଗାଗଲା ତାହାର ତଦନ୍ତହୋଇ କାର୍ଯ୍ୟାନୁଷ୍ଠାନହେଉ ବୋଲି ତରାଇ କହିଛନ୍ତି।ଏରସମା ଶିଆଳିକୁ ପର୍ଯ୍ୟଟନକ୍ଷେତ୍ର କରିବାରେ ଦାମବାବୁଙ୍କ ଅବଦାନ ବହୁତ।ଏପରିଭାବେ ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛିବୋଲି ସାଂସଦ ବିଭୂତରାଇ କହିଛନ୍ତି।

ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ମନା

ଭୁବନେଶ୍ୱର,୨୬।୪(ଏସଏସନିଉଜ)ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ପଞ୍ଜୀକରଣ ବ୍ୟବସ୍ଥାର ଅନୁପାଳନ ସୁନିଶ୍ଚିତପାଇଁ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶାରୀରିକ ଅସୁସ୍ଥତାକ୍ଷେତ୍ରରେ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ ହୋଇପାରିବ।ଆଇନଗତ ଗିରଫଦାରୀକ୍ଷେତ୍ରରେ ମଧ୍ୟ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ନିବନ୍ଧନ ଅଫିସ୍‌ ଯିବାରେ ଅସମର୍ଥଙ୍କପାଇଁ ଅଫିସ୍‌ ବାହାରେ ରେଜିଷ୍ଟ୍ରେସନ୍ କରାଯିବ।ଜରୁରୀମାମଲାକୁ ଛାଡ଼ି ଅନ୍ୟ ନିବନ୍ଧନ ପ୍ରକ୍ରିୟା ଅଫିସ୍‌ ବାହାରେ ହୋଇପାରିବନି ବୋଲି କୁହାଯାଇଛି।ଯୁକ୍ତିସଙ୍ଗତ ମାମଲା ଭିନ୍ନ ଅଫିସ୍‌ ବାହାରେ […]

ପୁଣି ଚୋରା ମୋରମର କମାଲ

କଟକ, ୨୫।୪(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ରାସ୍ତାର ପାଟପୁର ଗାଁ ମୁଣ୍ଡରେ ଥିବା ଏକ ନଳକୂପକୁ ରାତାରାତି ପୋତି ଦିଆଯାଇଥିବାର ଦେଖିବାକୁ ମିଳିଛି।ଖରାଦିନେ ପାଣିଟିକେ ପାଇବା ପାଇ ଲୋକମାନେଡହଳବିକଳ ହେଉଥିବା ବେଳେ ନଳକୂପକୁ ପୋତିଦେବା ଘଟଣାକୁ ପାଟପୁର ଗ୍ରାମବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି।ଏନେଇ ଗ୍ରାମବାସୀମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ପ୍ରକାଶଯେ,ଖରାଦିନ ଆସିଲେ କୁହ୍ନେଇଁପଡାପଂଚାୟତର ପାଟପୁରଗ୍ରାମବାସୀମାନେ ପିଇବାପାଣି ପାଇ ନାହିଁନଥିବା ହଇରାଣ ହୁଅନ୍ତି।ଅଦ୍ୟାବଧି ଗ୍ରାମବାସୀଙ୍କ ଏହି ମୌଳିକସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନି।ଏବେବି ଗ୍ରାମବାସିମାନେ ପାଣି ଟିକେ ପାଇଁ ନାହିନଥିବା […]

ବ୍ରହ୍ମଣଝୋରିଲୋରୁ ୧୪୩ଟି ଓ ସୁବର୍ଣ୍ଣପୁରରୁ ୧୬ଟି ଗ୍ୟାସସିଲିଣ୍ଡର୍ ଜବତ

କଟକ,୨୫।୪(ଏସଏସନିଉଜ)ଏଲପିଜି ଗ୍ୟାସ୍ ସିଲିଣ୍ଡର୍ କଳାବଜାରୀ ରୋକାଯିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ମାନଙ୍କରେ ପ୍ରବର୍ତ୍ତନକାରୀ(ସ୍କ୍ୱାର୍ଡ)ଦଳ ସକ୍ରୀୟହୋଇ କାର୍ଯ୍ୟ କରୁଛନ୍ତି। ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦେଶକ୍ରମେ ଏହିଦଳ କାର୍ଯ୍ୟ କରୁଥିବା ବେଳେ ସମ୍ପୃକ୍ତ ଅଧିକାରୀମାନଙ୍କୁ ସଜାଗରହି କଳାବଜାରୀ ରୋକାଯିବାପାଇଁ ତତ୍ପରତା ସହ ନିଷ୍ଠାପର ଭାବେ କାର୍ଯୟନିର୍ବାହ ପୂର୍ବକ ବିଭିନ୍ନସମୟରେ ଚଢ଼ାଉ ଜାରିରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହ ନିଜେମଧ୍ୟ ପ୍ରତ୍ୟହସମୀକ୍ଷା କରୁଛନ୍ତି।ଆଜି ବାରଙ୍ଗବ୍ଲକ ସ୍ଥିତ ବ୍ରାହ୍ମଣଝିରିଲୋ ଅଞ୍ଚଳରେ କଳାବଜାରୀ ହେଉଥିବା ସଂବନ୍ଧରେ ସୂଚନାପାଇ ଏହି […]