କଥା ବଦଳାଇଲେ ବାବା ରାମଦେବ

ଖବର ଆଜିର,ତାରିଖ ୦୧-୦୬-୨୦୨୧/ ମଙ୍ଗଳବାର

୧-କରୋନା କାଳର ଅର୍ଥନୀତି ନେଇ ଆସିଲା ରିପୋର୍ଟ  । ଦୀର୍ଘ ୪୦ ବର୍ଷ ଭିତରେ ସର୍ବନିମ୍ନ ସ୍ଥାନକୁ ଖସିଲା ଅଭିବୃଦ୍ଧି ହାର । ମାଇନସ ୭.୩ ପ୍ରତିଶତ ଖସିଲା ଅର୍ଥନୀତି ।
୨-୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କଲେ ଅଭିନେତ୍ରୀ ଜୁହି ଚାୱଲା ।
୩-ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 2600 ଟନ୍ ଅକ୍ସିଜେନ୍ ପରିବହନ କରାଗଲା :ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 40 ଟି ଅମ୍ଳଜାନ ଭର୍ତ୍ତି ସ୍ୱତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଅଛି ।
୪-ଭାରତୀୟ ଡାକ୍ତର ସଂଘର ବିରୋଧ ପରେ କଥା ବଦଳାଇଲେ ବାବା ରାମଦେବ । କହିଲେ ମୁଁ ଏଲୋପାଥି କିମ୍ବା ଡାକ୍ତରଙ୍କ ବିରୋଧରେ ନୁହେଁ, ମୋର ଲଢେଇ ଔଷଧ ମାଫିଆଙ୍କ ବିରୋଧରେ ।
୫-ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲେ ନୂଆ ମୁଖ୍ୟ ପରାମର୍ଶଦାତା ।
୬-ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ବାଦଶ ପରୀକ୍ଷା ନେଇ ଗୁରୁବାର ସୁଦ୍ଧା ନିଷ୍ପତ୍ତି ସମ୍ଭାବନା, ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ କେନ୍ଦ୍ର ସରକାର ।ପରୀକ୍ଷା କରାଯିବ ନା ନାହିଁ, କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟକୁ ଜଣାଇବେ, ପିଆଇଏଲ୍‌ର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା।
୭–ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ନୀତି ଆୟୋଜନ ନେଇ ପ୍ରଶାସନର ପ୍ରସ୍ତୁତି। ସବୁ ପକ୍ଷଙ୍କଠାରୁ ମତାମତ ନିଆଯାଉଛି : ଜିଲାପାଳ ।
୮-ବିପଦରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଚୌକି, ସରକାର ପରିବର୍ତ୍ତନ ପାଇଁ ବିରୋଧୀ ଏକଜୁଟ ।
୯-ଏଭରଗ୍ରୀନ ଜାହାଜ ଫସିବା ଘଟଣାରେ ୪ ହଜାର କୋଟି ଟଙ୍କାର ଜରିମାନା ମାଗିଲେ ସୁଏଜ କେନାଲ କର୍ତ୍ତୃପକ୍ଷ ।
୧୦-ଶେଷରେ ନଇଁଲା ଟ୍ବିଟର, ଭାରତ ସରକାରଙ୍କ ନୂଆ ଗାଇଡଲାଇନ୍‌ ମାନିବାକୁ ହେଲା ରାଜି ।
୧୧-କୋଭାକ୍ସିନ-କୋଭିଶିଲ୍ଡର ହେବ ମିଶ୍ରଣ ବ୍ୟବହାର ପରୀକ୍ଷା ।
୧୨-ଚୀନରୁ ଓଡ଼ିଶା ଆସିଲା ୧୩ ଶହ ଅକ୍ସିଜେନ୍ ସିଲିଣ୍ଡର ।
୧୩-ଧାନ ଓ ଅଣଧାନ ଫସଲ ୨୨୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଛୁଇଁବ ।
୧୪-ଟିକା ସୁରକ୍ଷା ଦୁଇରୁ ତିନି ବର୍ଷ ଯାଏ ରହିପାରିବ: ଭୂତାଣୁ ବିଶେଷଜ୍ଞ ।
୧୫-ରାମଦେବଙ୍କ ମନ୍ତବ୍ୟ ପ୍ରତିବାଦରେ ଡାକ୍ତରଙ୍କ କଳାଦିବସ ଆଜି ।
୧୬-ପଞ୍ଚିମାଞ୍ଚଳ ଡିଆଇଜି ଭାବେ ଯୋଗଦେଲେ ଡ. ସାର୍ଥକ ଷଡଙ୍ଗୀ
୧୭-ନିରଂଜନ ସେଠୀ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ।
୧୮-EPFO ନିୟମରେ ପରିବର୍ତ୍ତନ: ଏଣିକି କରୋନା ଚିକିତ୍ସା ପାଇଁ ଆପଣ PFରୁ ଉଠାଇପାରିବେ ଟଙ୍କା ।
୧୯-ଲାଲଗ୍ରହରୁ ଆସିଲା ଭସା ମେଘର ଦୃଶ୍ୟ । ରାତିରେ ବି ଚମକୁଛି ଲାଲ ଗ୍ରହର ମେଘ । ନାସାର କ୍ୟୁରୋସିଟି ରୋଭର ଉଠାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।
୨୦-ଯୋଗୀ ସରକାରଙ୍କ ବଡ଼ ଘୋଷଣା, ନିର୍ବାଚନ ଡ୍ୟୁଟିରେ କରୋନାରେ ମୃତ୍ୟୁ ଘଟିଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ୩୦ ଲକ୍ଷ ଟଙ୍କା ।ଶୁଭ ସକାଳ,ସୁପ୍ରଭାତ
➡️କରୋନା ଟିପ୍ସ୍ : ନିଶ୍ଚିତ ମାନିବା-ମାସ୍କ୍ ପିନ୍ଧିବା, ହାତ ଧୋଇବା,ଦୁରତ୍ଵ ରଖିବା। କରୋନା କୁ କର ନା।– ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର ।

Comments (0)
Add Comment