ଆଜିର ଅନୁଚିନ୍ତା

ତାରିଖ–୩୦-୦୯-୨୦୨୧(ଗୁରୁବାର)

0 587

 

☘️ପ୍ରତ୍ୟକ ମନୁଷ୍ୟ ଜୀବନରେ ବେଳେବେଳେ ଏହା ଶୁଣିବାକୁ ମିଳେ ଯେ “ବ୍ୟସ୍ତ ହୁଅନ୍ତୁ ନାହିଁ ଆଉ ସମୟ ଆସିଲେ ସବୁକିଛି ଠିକ୍ ହୋଇଯିବ”, କିନ୍ତୁ ଆମେ ବୁଝିବା ଦରକାର କି ସମୟ ଆସିଲେ ନୁହେଁ, ବରଂ ସମୟ ଆସିବା ପୂର୍ବରୁ ଆମେ ନିଜକୁ ଠିକ୍ କରିବା ଉଚିତ୍, କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦିନେ ନା ଦିନେ ଭଲ ସମୟ ଆସିଥାଏ ସତ, ମାତ୍ର ଆମେ ଠିକ୍ ହେବା ପର୍ଯ୍ୟନ୍ତ ସେ ସମୟ ରହେ ନାହିଁ ।
☘️ଆହୁ ହଁ ଜୀବନରେ କେବେହେଲେ ସବୁ ଖୁସିକୁ ଖୁସି ଭାବନ୍ତୁ ନାହିଁ ଅବା ସବୁ ଦୁଃଖକୁ ଦୁଃଖ ଭାବନ୍ତୁ ନାହିଁ, ଯଦି ଏହି ଦୁନିଆରେ ବଞ୍ଚିବାର ଅଛି ତ ତେବେ ନିଜକୁ କେବେହେଲେ ଅନ୍ୟ କାହାଠାରୁ କମ ବୋଲି ଭାବନ୍ତୁ ନାହିଁ ।
☘️ଜୀବନରେ ଯଦି ପାରୁଛନ୍ତି ତ ଅନ୍ୟ କୁ ସାହାଯ୍ୟ କରିବାକୁ କେବେହେଲେ ପଛାନ୍ତୁ ନାହିଁ, ଆଉ ହଁ ସେହି ବ୍ୟକ୍ତି ଭବିଷ୍ୟରେ କେହେ ଆପଣଙ୍କୁ ସାହାଯ୍ୟ କରିବ, ସେହିପରି ଆଶା ମଧ୍ୟ କେବେ କରନ୍ତୁ ନାହିଁ, ଆମେ ଅନ୍ୟର ବିପଦ ସମୟରେ ସାହାଯ୍ୟ କରିଥିଲେ କେହି ନା କେହି ଆମ ବିପଦ ସମୟରେ ସାହାଯ୍ୟ ପାଇଁ ନିଶ୍ଚୟ ପହଞ୍ଚିଯିବେ ।
☘️ଆମ ମଣିଷ ମାନଙ୍କ ପାଇଁ ସବୁଠାରୁ ଦାମୀ ଗହଣା ହେଉଛି ଟିକିଏ ହସ, ଆଉ ଏହା ସମ୍ପୂର୍ଣ୍ଣ ମାଗଣା ହେଇକି ମଧ୍ୟ ମୂଲ୍ୟବାନ ହୋଇଥାଏ, ତେଣୁକରି ଦୁଃଖରେ ବି ମୁଁ ହସିବାକୁ ପସନ୍ଦ କରିବି, ଆଉ ହଁ ଆପଣ ମଧ୍ୟ ସବୁବେଳେ ନିଜେ ହସନ୍ତୁ ଏବଂ ଅନ୍ୟକୁ ମଧ୍ୟ ହସାନ୍ତୁ ।
☘️ନିଜକୁ ଥରେ ପଚାରନ୍ତୁ କି ମୋ ଦ୍ୱାରା କାହା ପ୍ରତି କିଛି ଭୁଲ ହେଉନି ତ ? ଯଦି ଆପଣଙ୍କ ଦୃଷ୍ଟିରେ ନିଜ ଦ୍ୱାରା ହେଉଥିବା ଭୁଲ ଗୁଡିକ, ପରିସ୍ଥିତିର ନିୟନ୍ତ୍ରଣ ଦ୍ୱାରା ହେଉଥିବା ମାନସିକ ସ୍ଥିତି କାରଣରୁ ପ୍ରସ୍ତୁତ ହୋଇଥାଏ,ତ ଅନ୍ୟମାନଙ୍କ ଦ୍ୱାରା ହେଉଥିବା ଭୁଲ ମଧ୍ୟ କୌଣସି ନା କୌଣସି ପରିସ୍ଥିତି ଓ ମାନସିକ ସ୍ଥିତି ଦ୍ୱାରା ହିଁ ହୋଇଥାଏ।କାରଣ ନିଜ ଦୃଷ୍ଟି ଦ୍ୱାରା ନିଜ ମାନସିକ ସ୍ଥିତିକୁ ବୁଝିବା ଅତି ସରଳ ଅଟେ,କିନ୍ତୁ ଅନ୍ୟର ସମସ୍ୟା ଓ ପରିସ୍ଥିତି ଦ୍ୱାରା ଉତ୍ପନ୍ନ ହେଉଥିବା ମାନସିକ ସ୍ଥିତିକୁ ବୁଝିବା ହିଁ ଏକ ବୁଝାବଣା ବ୍ୟକ୍ତି ର ଲକ୍ଷଣ ଅଟେ
☘️ଏ ସଂସରରେ ମିତ୍ରତା ଏବଂ ସମ୍ପର୍କ “ସମ୍ମାନ” ର ନୁହେଁ ବରଂ “ଭାବ” ର ଭୋକିଲା ହୋଇଥାଏ । ତେଣୁକରି ବନ୍ଧୁ ଆଜି ଭଳି ଦିନରେ ସପଥ ନିଅନ୍ତୁ ଯେ ଆପଣ ସମସ୍ତଙ୍କୁ ଆପଣେଇ ନେଇ ନିଜର କରି ଜୀବନ ରଥକୁ ଆଗେଇ ନେବାରେ ସହାୟକ ହେବେ
ଓଁ ମା ମହାଲକ୍ଷ୍ମୀ ନମଃ 🙏 ଶୁଭ ସକାଳ, ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏 ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ଶୁଭମୟ ଓ ମଙ୍ଗଳମୟ କରନ୍ତୁ, ମୋର ମାଙ୍କ ନିକଟରେ ଏତିକି ମିନତୀ 🕉️ଜୟ ମା’ ମଙ୍ଗଳା,ଜୟମା ମହାଲକ୍ଷ୍ମୀ🕉️

Leave A Reply

Your email address will not be published.