ଆଜିର ରାଶିଫଳ

0 247

୨୦୨୨ ମସିହା ଜୁଲାଇ ମାସ ୦୬ ତାରିଖ (ବୁଧବାର)ଆଷାଢ଼ ମାସ -ଶୁକ୍ଳପକ୍ଷ ,ତିଥି-ସପ୍ତମୀ ରା ଘ୭/୫୬ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ,ସୁର୍ୟୋଦୟ ପ୍ରାତଃ ଘ୦୫/୧୬/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୭,କର୍କଟ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ତାଳ ରାତ୍ରି ଘ୭/୫୬ ଗତେ ନାରୀକେଳ (ନଡିଆ) ଭକ୍ଷଣ ନିଷେଧ।
🐏ମେଷ-ପାରିବାରିକ ଜୀବନ ସୁଖମୟ ରହିବ। ହଜିଯାଇଥିବା କୌଣସି ବସ୍ତୁ ଆଜି ମିଳିବାର ସମ୍ଭାବନା ଅଧିକ ଅଟେ। ନିଜର ବିଚାର ଏବଂ ଇଚ୍ଛାକୁ ଅଂକୁଶରେ ରଖିବେ। ବିଦେଶୀ ବ୍ୟାପାରରେ ଜଡ଼ିତ ହୋଇଥିବା ଲୋକମାନଙ୍କୁ ସଫଳତା ଏବଂ ଲାଭ ମିଳିବ।
🐮ବୃଷ-ଆଜି ସମଗ୍ର ଦିନ ଆନନ୍ଦପୂର୍ଣ୍ଣ ରହିବ। ନିଜର କାର୍ଯ୍ୟ ବ୍ୟବସ୍ଥିତ ରୂପରେ କରି ଆପଣ ଆଗକୁ ବଢ଼ି ପାରିବେ ଏବଂ ଯୋଜନା ଅନୁସାରେ କାର୍ଯ୍ୟ କରି ପାରିବେ। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ୍ଣ କରି ପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କର ସହଯୋଗ ଭଲ ମିଳିବ।
👩‍❤️‍👨ମିଥୁନ-ଆଜିର ଦିନ ମଧ୍ୟମ ରହିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କର ବିଷୟରେ ଚିନ୍ତା ହୋଇପାରେ ଅଟେ। ସ୍ଵାସ୍ଥ୍ୟ କିଛି ନରମ- ଗରମ ରହିବ। ବିଦ୍ୟାର୍ଥି ମାନଙ୍କପାଇଁ ସମୟ ଅନୁକୂଳ ଅଟେ। ସମ୍ଭବ ହେଲେ ବାଦ-ବିବାଦ ଟାଳନ୍ତୁ, ମନମାଳିନ୍ୟର ପ୍ରସଙ୍ଗ ଉପସ୍ଥିତ ନ ହେଉ ଏହା ଧ୍ୟାନ ରଖିବେ।
🦀କର୍କଟ-ଆଜି ଆପଣ ସମ୍ଭାଳିକରି ଚାଲିବେ। ଛାତିରେ ପୀଡ଼ା ଅଥବା ଅନ୍ୟ ଯନ୍ତ୍ରଣାରୁ ମଧ୍ୟ କଷ୍ଟର ଅନୁଭୂତି ହୋଇ ପାରେ। ଘରେ ସଦସ୍ୟ ମାନଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବାଦ- ବିବାଦ ନହେଉ ଏହାର ଧ୍ୟାନ ରଖିବେ। ଧନ ଅଧିକ ଖର୍ଚ୍ଚ ହୋଇପାରେ। ମାନ-ସମ୍ମାନ ପ୍ରତି ଧ୍ୟାନ ରଖିବେ।
🦁ସିଂହ- ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନ ମାନଙ୍କ ସହିତ କୌଣସି ପର୍ଯ୍ୟଟ ନ ସ୍ଥଳକୁ ବୁଲିବା କୁ-ଯିବାର ଆନନ୍ଦ ଉଠାଇ ପାରିବେ। ଆର୍ଥି କ ରୂପରେ ମଧ୍ୟ ଆପଣଙ୍କୁ ଲାଭ ହେବ। ଭାଗ୍ୟବୃଦ୍ଧି ହେବା ର ମଧ୍ୟ ସଂକେତ ଅଛି।
🙎‍♀️କନ୍ୟା-ଆପଣଙ୍କପାଇଁ ଆଜିର ଦିନ ଶୁଭ ରହିବ। ବାଣୀର ମଧୁରତାରେ ଦ୍ୱିତୀୟ ଲୋକଙ୍କର ମନରେ ନିଜର ସକାରାତ୍ମକ ଛାପ ଛାଡ଼ି ପାରି ବେ। ପାରିବାରିକ ବାତା ବରଣ ମଧ୍ୟ ଭଲ ରହିବ। ଆର୍ଥିକ କାର୍ଯ୍ୟ ମଧ୍ୟ ଆଜି ସୁଖ ପୂର୍ବକ ସଂପନ୍ନ ହେବ। ନକାରାତ୍ମକ ବିଚାରରୁ ଆପଣ ଦୂରରେ ରୁହନ୍ତୁ।
⚖️ତୁଳା-ଆପଣ ପ୍ରତ୍ୟେକ କାର୍ଯ୍ୟରେ ଆତ୍ମ ବିଶ୍ଵାସ ଛଳନା ହେଲା ପରି ଦେଖିବେ। ଆର୍ଥିକ ଯୋଜନା ମଧ୍ୟ ସରଲତା ପୂର୍ବକ କରି ପାରିବେ। ଶାରୀରିକ ତଥା ମାନସିକ ରୂପରେ ପ୍ରସନ୍ନତା ଅନୁଭବ ହେବ। ବସ୍ତ୍ରାଭୂଷଣ ଏବଂ ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହୋଇପାରେ। ବୈଚାରିକ ରୂପରେ ଦୃଢତା ରହିବ।
🦂ବିଛା-ଆଜିର ଦିନ ମଉଜ ସଉକ ଏବଂ ମନୋର ଞ୍ଜନ ପଛରେ ଅର୍ଥ ଖର୍ଚ୍ଚ ହୋଇ ପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କୁଟୁମ୍ବଜନମାନଙ୍କ ଏବଂ ପରି ଜନମାନଙ୍କ ସହିତ ଭୁଲ ବୁଝା ବଣା କିମ୍ବା ମନ ମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। କୋର୍ଟ-କଚେରୀ ସମ୍ବନ୍ଧୀତ କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।
🏹ଧନୁ-ଆର୍ଥିକ ଲାଭ ଏବଂ ସାମାଜିକ ପ୍ରତିଷ୍ଠା ମିଳିବା ସହିତ ଆପଣ ପାରିବାରିକ ଜୀବନରେ ସୁଖ-ସନ୍ତୋଷର ଭାବନା ଅନୁଭବ କରିବେ। ଆୟରେ ବୃଦ୍ଧି ଏବଂ ବ୍ୟାପାର ରେ ଲାଭ ମିଳିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନର ଆୟୋଜନ ହେବ। ଜୀବନ ସାଥୀ ଏବଂ ସନ୍ତାନ ମାନଙ୍କଠାରୁ ଲାଭ ମିଳିବ।
🐊ମକର-ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ହୋଇ ଥିବା ଭେଟରେ ଆପଣଙ୍କ ମନ ପ୍ରସନ୍ନ ହେବ। ବ୍ୟବସାୟିକ କ୍ଷେତ୍ରରେ ଧନ ତଥା ମାନ- ପ୍ରତିଷ୍ଠାରେ ବୃଦ୍ଧି ହେବ। ଉଚ୍ଚ ଅଧିକାରୀମାନଙ୍କର ପ୍ରସନ୍ନତା ଆପଣଙ୍କ ଉପରେ ରହିବ। ବ୍ୟବସାୟରେ ମଧ୍ୟ ଆପଣଙ୍କୁ ପ୍ରମୋସନ ମିଳିବାର ପୂରା ସମ୍ଭାବନା ଅଛି।
🏺କୁମ୍ଭ-ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ବ୍ୟବସାୟରେ ଉଚ୍ଚ ଅଧିକାରୀମାନଙ୍କ ସହିତ କାର୍ଯ୍ୟ କରବା ସମୟରେ ସମ୍ଭାଳି କରି ରୁହନ୍ତୁ। ଆମୋଦ-ପ୍ରମୋଦ ପଛରେ ଆଜି ଧନ ଖର୍ଚ୍ଚ ହୋଇପାରେ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ।
🐟ମୀନ-କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରରେ ରୁହନ୍ତୁ। ଚିକିତ୍ସା ପଛରେ ଧନ ଖର୍ଚ୍ଚ ହେବାର ଆଶଂକା ଅଛି। ମାନସିକ ରୂପରେ ଆପଣ ଅସ୍ଵସ୍ଥ ରହିବେ। ପରିଜନମାନଙ୍କ ସହିତ ସମ୍ବନ୍ଧରେ ନକାରାତ୍ମକତା ପ୍ରବେଶ ନ ହେଉ ଏହାର ଧ୍ୟାନ ରଖିବେ!!
ନୀତିବାଣୀ-କେବେବି ନିଜର ଚରିତ୍ରକୁ ବଗିଚାର ସେହି ଘାସର ଗାଲିଚା ପରି କର ନାହିଁ.. ଯେମିତିକି କେହି ସେହି ଘାସର ଗାଲିଚାକୁ ଦଳି ଚକଟି ନଷ୍ଟ କରିଦେବେ, ଯଦି କରିବାର ଅଛି ସେହି ଆକାଶ ପରି କର ଯେମିତି କି ସେଠାରେ ପହଞ୍ଚିବାକୁ ସମସ୍ତେ ଇଚ୍ଛା ହିଁ କରିବେ ll
ବେପାର ବଢେଇବା ଉପାୟ…..
ନିଜ ଦୋକାନ ରେ ବିକ୍ରି ହେଉଥିବା ଜିନିଷ ରଖିବା ପାଇଁ ଯେଉଁ ଥାକ , ଆଲମାରୀ, ସୋକେଶ୍, କ୍ୟାସ୍ କାଉଣ୍ଟର ରଖିବେ ତାହା ସବୁବେଳେ ଉତ୍ତର ପଶ୍ଚିମ ଦିଗରେ କରନ୍ତୁ । ଏ ଦିଗରେ ବେପାରରେ ଲାଭ ହୋଇଥାଏ । ପଇସା ଦାମୀ ଜିନିଷ ଉତ୍ତର ଦିଗରେ ଆଲମାରୀରେ ରଖନ୍ତୁ । ବାସ୍ତୁ ଅନୁସାରେ ଆକାଉଣ୍ଟ ଡିପାର୍ଟମେଣ୍ଟ ସବୁବେଳେ ଦକ୍ଷିଣ ପୂର୍ବ ଓ ରିସେପ୍ସନଙ୍କ ଜାଗା ସବୁବେଳେ ଉତ୍ତର ପୂର୍ବରେ ହେବା ଉଚିତ । କାମ କରିବା ପାଇଁ ସବୁବେଳେ ଆୟତାକର ମେଜ ବନାନ୍ତୁ । ମନ୍ଦିର ପାଖରେ ଆପଣଙ୍କ ପୀଠ କେବେବି ହେବା ଅନୁଚିତ ।
ଏହା ବ୍ୟତୀତ ଫ୍ୟାକ୍ଟ୍ରି କାମ କରିବା କେନ୍ଦ୍ରସ୍ଥାନ ଖାଲି ରଖିବା ଦରକାର, କିଛିବି ଭାରି ବସ୍ତୁ ମଝିରେ ରଖନ୍ତୁନି । ମାଲିକ ସବୁବେଳେ ପୂର୍ବ ବା ଉତ୍ତର ଦିଗକୁ ମୁଁହ କରି ବସିବା ଉଚିତ । ଏଥିରେ ବେପାର ଓ ବ୍ୟକ୍ତି ଦୁଇ ଜଣଙ୍କ ରେ ସକାରାତ୍ମକ ଉର୍ଯାର ସଞ୍ଚାର ହୋଇଥାଏ ।
!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.