ସୋମବାରରୁ ସର୍ବ ଭାରତୀୟ ଗଣ୍ଡରପୁର କପ ଫୁଟବଲ ଟୁର୍ଣ୍ଣାମେଂଟ

0 261

ବାରଙ୍ଗ,୫/୧୨(ଡି ଏନ ଏ) କଲ୍ୟାଣପୁର ପଂଚାୟତର ବିଜୁ ପଟନାୟକ ମିନି ଷ୍ଟାଡିୟମ ଗଣ୍ଡରପୁର ଖେଳପଡ଼ିଆରେ ସର୍ବ ଭାରତୀୟ ଗଣ୍ଡରପୁର କପ ଫୁଟବଲ ଟୁର୍ଣ୍ଣାମେଂଟ ସୋମବାରଠାରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ । ସହରାଞ୍ଚଳ ବିଭାଗରେ ଓଡ଼ିଶାରୁ ବଛାବାଛି ୬ଟି ଦଳ ଓ ଓଡିଶା ବାହାରର ୨ଟି ଦଳ ଅଂଶଗ୍ରହଣ କରିବେ।ସହରାଞ୍ଚଳ ଚମ୍ପିୟାନ ଦଳକୁ ୫୦ହଜାରେ ଓ ରନର୍ସ ଅପ ଦଳକୁ ୪୦ହଜାରେ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ।ସେହିଁଭଳିଭାବେ ଗ୍ରାମାଞ୍ଚଳ ଚମ୍ପିୟାନ ଦଳକୁ ୩୦ହଜାରେ ଓ ରନସ ଅପ ଦଳକୁ ୨୫ହଜାରେ ଟଙ୍କା ସହ

ଟ୍ରଫି ପ୍ରଦାନ କରାଯିବ।ଉଦଘାଟନୀ ମ୍ୟାଚରେ ସହରାଞ୍ଚଳରେ ପପୁଲର କ୍ଲବ ଢେଙ୍କାନାଳ ସହ ଜାଗା ୟୁନାଇଟେଡ଼ କ୍ଲବ ଭୁବନେଶ୍ୱର ସହ ପ୍ରତିଯୋଗିତା ହେବ।ସେହିଁଭଳିଭାବେ ଗ୍ରାମାଞ୍ଚଳ ବିଭାଗରେ ଗୋପାଳପୁର ବନାମ ଟାଙ୍ଗିବନ୍ତ,ନରଣପୁର ସହ ବରାହିପୁର,ପ୍ରତାପନଗରୀ ସହ ଉସୁମା ମଧ୍ୟରେ ପ୍ରତିଯୋଗିତା ହେବ ବୋଲି କ୍ଲବର କ୍ରୀଡା ସମ୍ପାଦକ ଯୁବରାଜ ପଢିହାରି କହିଛନ୍ତି।ଏହି ଟୁର୍ଣମେଣ୍ଟର ମୁଖ୍ୟ ଆକର୍ଷଣ ହେଲା ଗ୍ରାମାଞ୍ଚଳ ବିଭାଗର ଶ୍ରେଷ୍ଟ ଖେଳାଳିଙ୍କୁ ବେଟାରି ଚଳିତ ବାଇକ ଓ ସହରାଞ୍ଚଳ ଦଳର ଶ୍ରେଷ୍ଟ ଖେଳାଳିଙ୍କୁ ହିରୋହଣ୍ଡା ବାଇକ ପ୍ରଦାନ କରାଯିବ ବୋଲି ଗଣ୍ଡରପୁର ୟୁନାଇଟେଡ଼ ସ୍ପୋଟିଂ କ୍ଲବ ର ସମ୍ପାଦକ ମାନସ ପଢିହାରି କହିଛନ୍ତି।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.