ଜୋୱାଦ୍ ୫ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିବ

0 263

ଭୁବନେଶ୍ବର,୫/୧୨(ଏସଏସନିୟୁଜ) ଆଗାମୀ ୫ ଘଣ୍ଟା ମଧ୍ୟରେ ପୁରୀ ନିକଟ ଓଡ଼ିଶା ଉପକୂଳରେ ପହଞ୍ଚିବ ସାମୁଦ୍ରିକ ବାତ୍ୟା ଜୋୱାଦ୍ ।‘ଜୋୱାଦ୍‌’ ଦୁର୍ବଳ ହୋଇ ଅବପାତ ପାଲଟି ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ପୁରୀରେ ନିରବଚ୍ଛିନ୍ନ ଭାବେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ପଶ୍ଚିମବଙ୍ଗର ରାଜଧାନୀ କୋଲ୍‌କାତାରେ ମଧ୍ୟ ପ୍ରବଳ ବର୍ଷା ହେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପର‌୍ୟ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ‘ଅରେଞ୍ଜ୍ ଆଲର୍ଟ’ ଜାରି କରିଛି। ଘଣ୍ଟାପ୍ରତି ୨୦ କିମି ବେଗରେ ଅଗ୍ରସର ହେଉଥିବା ଜୱାଦ ପଶ୍ଚିମବଙ୍ଗ ଆଡ଼କୁ ପଳାଇବ । ଜୱାଦ୍‌ର ପ୍ରଭାବରେ ଏରସମା ବ୍ଲକର କଳାବେଦି ଠାରୁ ରାମତରା ପର‌୍ୟ୍ୟନ୍ତ ଜୁଆର ମାଡ଼ିଯାଇ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଛି।କିନ୍ତୁ ବର୍ଷା ଯୋଗୁ ଧାନଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି।

Leave A Reply

Your email address will not be published.