କେନାଲରୁ ଉଦ୍ଧାର ହେଲା ଷଣ୍ଢ

0 234

ଚନ୍ଦ୍ରଶେଖରପୁର,୪/୧୨(ଏସ ଏସ ନିଉଜ)ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଲେବଲ କ୍ରସିଂ ନିକଟ ଦୟା ୱେଷ୍ଟ କେନାଲରେ ଗଳି ପଡ଼ିଥିବା ଏକ ଷଣ୍ଢକୁ ଆଜି ଅଗ୍ନିଶମ ବିଭାଗ ଆସି ଉଦ୍ଧାର କରିଥିଲା | ଷଣ୍ଢଟି କେନାଲର ପ୍ରାୟ ୩0 ଫୁଟ ହେବ ତୀକ୍ଷ୍ଣ ବନ୍ଧ ତଳେ ଦୁଇ ଦିନ ହେବ ଫସି ରହିଥିବାର ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି | ଗୋଟେ କଳା ରଙ୍ଗର ଷଣ୍ଢଟି ବନ୍ଧ ତଳେ ଥିବାର ଦେଖି ସ୍ଥାନୀୟ ବାସିନ୍ଦା ସୁବାସ ନାଥ କଳାରାହାଙ୍ଗ ନ୍ୟାୟବ ସରପଞ୍ଚ ନିବାସ ମହାଭୋଇଙ୍କୁ ଜଣାଇଥିଲେ | ଶ୍ରୀ ମହାଭୋଇ ଶୈଳଶ୍ରୀ ବିହାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ |ଖବର ପାଇ ଅଗ୍ନିଶମ ବିଭାଗର ଗୋପେସ୍ୱର ନାୟକଙ୍କ ନେତୃତ୍ୱରେ ଏକ ଦଳ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିଲେ | ଏଥିରେ ୱାର୍ଡ ମେମ୍ବର ବାସୁଦେବ ବେହେରା ଓ ସ୍ଥାନୀୟ ବାସିନ୍ଦା ସାହାଯ୍ୟ କରିଥିଲେ | ଷଣ୍ଢ ଷଣ୍ଢ ଭିତରେ ମରାମରି ହୋଇ ଏହି ଷଣ୍ଢଟି କେନାଲ ତଳକୁ ଖସି ପଡ଼ିଥିବା ନେଇ ଅନୁମାନ କରାଯାଇଛି |

Leave A Reply

Your email address will not be published.