ଚାଲିଗଲା ବାତ୍ୟା

0 386

ଭୁବନେଶ୍ୱର,୫/୧୨(ଏସଏସନିୟୁଜ) ବାତ୍ୟା ଜୱାଦକୁ ନେଇ ରହିଥିବା ଭୟ ଦୁରହୋଇଯାଇଛି । ରବିବାର ମଧ୍ୟାହ୍ନରେ ପୁରୀ ଅଞ୍ଚଳରେ ବାତ୍ୟା ଜୱାଦ ମାଡ଼ କରିବ ବୋଲି ପୂର୍ବାନୁମାନ କରାଯାଉଥିଲା ।କିନ୍ତୁ ଜୱାଦ ଅବପାତର ରୂପ ନେଇ ଉତ୍ତର-ଉତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଛି ।ବାତ୍ୟା ଯେତିକି ଉପକୂଳର ନିକଟବର୍ତି ହେଉଥିଲା, ସେତିକି ଦୁର୍ବଳ ହେବାସହ ସମୟ ମଧ୍ୟ ଗଡୁଥିଲା ।ଏହାସହ ବର୍ଷା ଓ ପବନ ପରିମାଣ ବି ଧୀରେ ଧୀରେ ହ୍ରାସ ପାଇଥିଲା ।ଶେଷରେ ସ୍ଥଳଭାଗ ନଛୁଇଁ ଚାଲିଯାଇଛି ।ତେବେ ଲଗାଣବର୍ଷା ଯୋଗୁ ଫସଲ ଉଜୁଡିଯାଇଛି । ସୋମବାର ସକାଳ ସୁଦ୍ଧା ଅବପାତରୁ ୱେଲ୍ ମାର୍କ ଲୋ ପ୍ରେସର ରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.