ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

0 368

ଜୟପୁର, ୫/୧୨(ଏସଏସନିୟୁଜ)ଦେଶରେ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ।ଏମାନଙ୍କ ସଂଖ୍ୟା ବଢି ଭାରତରେ ୨୧ରେ ପହଞ୍ଚିଲାଣି । ମହାରାଷ୍ଟ୍ରରୁ ୭ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ରାଜସ୍ଥାନର ଜୟପୁରରୁ ୯ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁନେଇ ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ରରୁ ୭ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟଙ୍କ ମଧ୍ୟରେ ୪ ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତି ଆଉ ୩ଜଣ ନାଇଜେରିଆରୁ ଫେରିଥିବା ନେଇ ସୂଚନା ମିଳିଛି ।ସେହିଭଳିଭାବେ ଜୟପୁରର ଗୋଟିଏ ପରିବାରର ୪ ଜଣ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହ ମୋଟ ୯ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.