ଅପିଲ କଲେ ଦିଦି

ଖବର ଆଜିର,ତାରିଖ ୩୦-୦୫-୨୦୨୧/ ରବିବାର

0 248

୧–ୟୁଏଇରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ମ୍ୟାଚ, ବିସିସିଆଇ ବୈଠକରେ ନିଷ୍ପତ୍ତି ।
୨-ସ୍କୁଲ, କଲେଜ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା .
୩-କରୋନାରେ ବାପାମା’ ଛେଉଁଣ୍ଡଙ୍କ ପାଇଁ ବଡ଼ ଘୋଷଣା। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ଆର୍ଥିକ ସହାୟତା। ୨୩ ବର୍ଷ ବୟସ ହେଲେ ଏକସଙ୍ଗେ ୧୦ଲକ୍ଷ ଟଙ୍କାର ଅର୍ଥ ରାଶି ମିଳିବ। ପିଲାଙ୍କ ପାଇଁ ପିଏମ୍‌ କେୟାର୍ସ ନାମରେ ଯୋଜନା ଆରମ୍ଭ କଲେ ମୋଦି।
୪-ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ବିବାଦ : ମମତା କହିଲେ ମୋତେ ବଦନାମ କରାଯାଉଛି । ପଶ୍ଚିମବଙ୍ଗବାସୀଙ୍କ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ ।
୫-–ଡା. ନାଗେଶ୍ୱର ରେଡ୍ଡୀଙ୍କୁ ଆମେରିକାନ୍ ସୋସାଇଟି ଅଫ ଗାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଏଣ୍ଡୋସ୍କୋପି ପକ୍ଷରୁ ସର୍ବୋଚ୍ଚ ସମ୍ମାନ, ପ୍ରଥମ ଭାରତୀୟ ମେଡିକାଲ୍ ପ୍ରାକ୍ଟିସନର ଭାବରେ ପାଇଲେ ଏହି ସମ୍ମାନ ।
୬–ବନ୍ୟା ମୁକାବିଲା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା-ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିବାରେ ଲାଗିଛି, ବନ୍ୟା ଆଶଙ୍କା ଟଳିଛି।
୭–ଉପକୂଳ ପାଇଁ ୧୯୪୪କୋଟି ବ୍ୟୟ ଅଟକଳରେ ୩୮୦ କିଲୋମିଟର ଲୁଣାବନ୍ଧ ହେବ। ଆଗାମୀ ସମୟରେ ୬ରୁ୭ହଜାର କୋଟି ବ୍ୟୟ ଅଟକଳରେ ଡିପିଆର୍ ପ୍ରସ୍ତୁତ ହେଉଛି।
୮– କରୋନାର ଉତ୍ପତିକୁ ନେଇ ଚୀନ ସମଗ୍ର ବିଶ୍ଵର ବୈଜ୍ଞାନିକମାନଙ୍କ ସହ ବିଶ୍ଵାସଘାତ କରିଛି: ବିଶେଷଜ୍ଞ ।
୯– ବ୍ରିଟେନରେ ୩ୟ ତରଙ୍ଗ ବିପଦ ଘନେଇଲା, ଦ୍ରୁତଗତିରେ ବଢ଼ୁଛି ବି.୧.୬୧୭.୨ ଭାରିଆଣ୍ଟ ସଂକ୍ରମଣ ।
୧୦– ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା, ଭଡ଼ା ବୃଦ୍ଧି କଲେ ସରକାର ।
୧୧-ଅମରିନ୍ଦର-ସିଦ୍ଧୁ କଳିରେ ମୁଣ୍ଡ ପୁରାଇଲେ ସୋନିଆ, କମିଟି କରିବ ଝଗଡ଼ାର ସମାଧାନ ।
୧୨-ସୁଶୀଲ କୁମାରଙ୍କୁ ଝଟକା, ଆଉ ଚାରି ଦିନ ବଢିଲା ପୋଲିସ ରିମାଣ୍ଡ ଅବଧି ।
୧୩-ଜୁନ୍ ଦ୍ୱିତୀୟ ସପ୍ତାହରେ ଦେଶରେ ମିଳିବ ସ୍ପୁଟନିକ୍ ଭି ଟିକା । ଗୋଟିଏ ଡୋଜର ଦାମ ୧୧୯୫ ଟଙ୍କା ।
୧୪-ଏଣିକି ରାଜ୍ୟଗୁଡ଼ିକୁ ଆଉ ରେମଡେସିଭିର ଦେବନି କେନ୍ଦ୍ର, ସିଧାସଳଖ କମ୍ପାନୀଠାରୁ କିଣିବାକୁ ପଡ଼ିବ ।
୧୫-ଜୁନ୍‌ ୧ରୁ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ ପାଠପଢ଼ା ।
୧୬-ଲାଞ୍ଚ ନେବା ଅଭିଯୋଗରେ ଭାରତୀୟ ଖାଦ୍ୟ ନିଗମର ୪ ଅଧିକାରୀ ଗିରଫ, ୩ କୋଟିରୁ ଅଧିକ ଟଙ୍କା ଜବତ ।
୧୭-ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନୂଆଦିଲ୍ଲୀ ଫେରାଇ ନେବା ପାଇଁ କେନ୍ଦ୍ର ଦେଇଥିବା ଆଦେଶକୁ ପ୍ରତ୍ୟାହାର ନେଇ ଅପିଲ କଲେ ଦିଦି ।
୧୮-ତୃତୀୟ ଲହରରେ ଦିଲ୍ଲୀରେ ପ୍ରତିଦିନ ସାମ୍ନାକୁ ଆସିବ ୪୫୦୦୦ କେସ ! ହାଇକୋର୍ଟକୁ ରିପୋର୍ଟ ଦେଲା ଦିଲ୍ଲୀ IIT
୧୯-‘ଡବ୍ଲୁଟିସି’ର ଫାଇନାଲ ମୁକାବିଲା: ନୂଆ ଜର୍ସିରେ ଦେଖାଯିବ ଟିମ୍ ଇଣ୍ଡିଆ, ଜାଡ଼େଜା ସେୟାର କଲେ ଫଟୋ ।
୨୦-ହୋଟେଲ ପ୍ୟାକେଜ୍‌ ଟୀକାକରଣ: ଷ୍ଟାର ହୋଟେଲ୍‌ରେ ବିଳାଶପୂର୍ଣ୍ଣ ଟୀକାକରଣକୁ ତୁରନ୍ତ ରୋକାଯାଉ – ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ।
୨୧-କରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କ ତାଲିକା ଦିଅ, ରାଜ୍ୟଗୁଡିକୁ କହିଲେ ଜାତୀୟ ଶିଶୁ ଆୟୋଗ ।
୨୨-ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅଭଦ୍ରାମୀ କଲେ ତମିମ ଇକବାଲ୍, କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି ।
୨୩-ରାମଦେବଙ୍କ ବିରୋଧରେ ଜୁନ୍‌ ପହିଲାରେ ରାସ୍ତାକୁ ଓହ୍ଲାଇବେ ଘରୋଇ ଡାକ୍ତର, ଜୋର ଧରିଲା କାର୍ଯ୍ୟାନୁଷ୍ଠାନ ଦାବି ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.