ଦେବୀନଦୀରେ କୁମ୍ଭୀର …

0 186

ଭୁବନେଶ୍ୱର,୩୦/୫(ଏସ୍‌ଏସ୍‌ନିୟୁଜ) ଦେବୀ ନଦୀର ଗଳଦାରୀ ସେତୁରେ ଏକ କୁମ୍ଭୀର ଭାସୁ ଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଛନ୍ତି । ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀଦୋଳ ନିକଟସ୍ଥ ଦେବୀ ନଦୀରେ ଏହିଭଳି ଦୃଶ୍ୟ ଶନିବାରଦିନ ଲୋକମାନେ ଦେଖିବାକୁ ପାଇଛନ୍ତି ।ଏହି ନଦୀ ଉପରେ ଆଖପାଖ ଗ୍ରାମବାସୀମାନେ ନିର୍ଭର କରିଥାନ୍ତି ଓ ଏହାର ଜଳକୁ ବିଭିର୍ଣ କାର୍ଯ୍ୟ ପାଇଁ ବ୍ୟବହାର କରିଥାନ୍ତି ।ମାଛଧରାଳିମାନେଏହିନଦୀରୁ ମାଛଧରିଥାନ୍ତି ।ଏହାସହିତନଦୀକୁଳିଆ ଲୋକମାନେ ସେମାନଙ୍କ ଗୃହପାଳିତ ଗାଈ,ମଇଁଷି ଙ୍କୁ ନଦୀ ପଠାରେ ବାନ୍ଧିବା ସହ ଗାଧୋଇ ଦେଇଥାନ୍ତି । ଏହାସହ ବହୁ ଗ୍ରାମବାସୀ ନଦୀ ପଠାରେ ବିଭିନ୍ନ ପରିବା ଚାଷ କରି ନଦୀ ଜଳକୁ ପରିବାଚାଷ ପାଇଁ ବ୍ୟବହାର କରିଥାନ୍ତି । ।ଏବେ କୁମ୍ଭୀର ଖବର ପ୍ରଚାରିତ ହେବାପରେ ବିଶେଷକରି ନଦୀକୁଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.