ଆଜିର ଅନୁଚିନ୍ତା

0 233

⚜ଧନ ଜନ ନେଇ ଗର୍ବ କର ନାହିଁ କିଛି ନୁହେଁ ଚିରସ୍ଥାୟୀ ଜୀବନ ବି ଏଠି ପାଣିର ଫୋଟକା ଆଜି ଅଛି କାଲି ନାହିଁ ।
⚜ମୁହଁ ଉପରେ ସତ କହୁଥିବା ଲୋକ ସବୁବେଳେ ଅନ୍ୟ ରାଗର ଶିକାର ହେବାକୁ ପଡିଥାଏ
⚜ଯିଏ ମଣିଷ ପଛରେ ଚାଲେ ତା ନାଁ ଛାୟା ,,,, ଆଉ ମଣିଷ ଯାହା ପଛରେ ଚାଲେ ତା ନାଁ ମାୟା ,,,,,
⚜ମଣିଷ ସବୁବେଳେ ଭାବେ କି ସମସ୍ତେ ତାକୁ ଗୁରୁତ୍ୱ ଦିଅନ୍ତୁ, କିନ୍ତୁ ସେ ନିଜେ ଏକ ମୂହୁର୍ତ୍ତ ଭାବେନି କି ସେ କେତେ ଜଣଙ୍କୁ ଗୁରୁତ୍ୱ ଦେଇଛି ।
⚜କେବଳ ଭଲ ପାଉଛି କହିଲେ ଭଲ ପାଇବା ହୁଏନାହିଁ ।ଜୀବନ ସାରା ସୁଖ ,ଦୁଃଖ ,ହସ ,ଲୁହ ଭାଗକରି ନେବା ହେଉଛି ପ୍ରକୃତ ଭଲ ପାଇବା ।
ଆଜିର ଅନୁଚିନ୍ତା
➡️”ମଥା ଥରେ ନୁଆଁଇ ଦେଖ ତମ ଅଭିମାନ ମରିଯିବ ।ଆଖିକୁ ଥରେ ଭିଜାଇ ଦେଖ ପଥର ହୃଦୟ ମଧ୍ୟ ତରଳିଯିବ । ଦାନ୍ତକୁ ବିଶ୍ରାମ ଦିଅ ସାସ୍ଥ୍ୟ ଠିକ୍‌ ରହିବ ।ଜିଭକୁ ବିଶ୍ରାମ୍ ଦିଅ ଦୁଃଖ ଚାଲିଯିବ ।ଇଛାକୁ ହଟାଇଦିଅ ସୁଖର ସଂସାର ଦିଶିବ ସବୁବେଳେ ଭାବୁଛେ ଯେ ଲୋକେ କ’ଣ କହିବେ ମାତ୍ରଶେଷରେ ଲୋକେ କହିବେ – ରାମନାମ ସତ୍ୟହେ !!
➡️”ଜୀବନରେ ଚାଲୁଥିବା ପ୍ରତ୍ୟେକ ଖରାପ ସମୟର ଗୋଟିଏ ଭଲ ଗୁଣ ହେଉଛି ଏହା ଦୁଃଖ ସିନା ଦିଏ , କିନ୍ତୁ କିଛି ବହୁରୂପି ଲୋକଙ୍କ ମୁଖା ଖୋଲିଦିଏ !!
➡️”ଝଗଡା ପରେ ଜିଦି ପକେଇ ରହିବା ଉଚିତ୍ ନୁହେଁ । ଭଲ ସମ୍ପର୍କ ତିଆରି କରିବାକୁ ଯୁଗ ଲାଗିଯାଏ , କିନ୍ତୁ ଭାଙ୍ଗିବାକୁ ମିନିଟ୍ ଟିଏ ବି ଲାଗେନି । ଝଗଡା ପରେ ଆଉ ଥରେ ମିଶିଗଲେ ସବୁ ସମସ୍ୟାର ସମାଧାନ ହୋଇଯାଏ , କାରଣ ଭୁଲ ତୁମର ହେଉ ବା ମୋର ସମ୍ପର୍କ ତ ଆମର ନା … !!
➡️”ଦାନ ଦେଇ ଯଦି ଖୋଲିବ ରେ ତୁଣ୍ଡ ମୂଲ୍ୟହୀନ ତାହା ହୋଇବ, ଭୋଜି ଦେଇ ଜଦି ଗଣିବରେ ମୁଣ୍ଡ ପାପେ ଭାଗିଦାର ରହିବ, ଘର ତୋଳି ଯଦି ଖର୍ଚ୍ଚ ଲେଖୁଥିବ ଦିନେ ସୁଖ ନ ପାଇବ, ଗଛ ପୋତି ଯଦି ଫଳ ଆଶାଥିବା ଜୀବନେ ନିଶ୍ଚୟ କାନ୍ଦିବ !!
➡️”ଭଗବାନ ଶ୍ରୀକୃଷ୍ଣଙ୍କୁ କହିଜଣେ ପଚାରିଲେ ” ଜଳ ଠାରୁ ପତଳା କଣ ଅଟେ ? ଭୂମି ଠାରୁ କିଏ ଭାରି ଅଟେ ? କିଏ ଅଗ୍ନିଠାରୁ ପ୍ରଖର ଅଟେ ? ଆଉ କିଏ କଜଳ ଠାରୁ କଳା ଅଟେ ? ” ଶ୍ରୀକୃଷ୍ଣ ସ୍ମିତହସି ଉତ୍ତର ଦେଲେ ଜଳ ଠାରୁ ପତଳା ଜ୍ଞାନ ଅଟେ , ପାପ ଭୂମିଠାରୁ ଭାରି ଅଟେ , କ୍ରୋଧ ଅଗ୍ନିଠାରୁ ପ୍ରଖର ଅଟେ ଓ କଳଙ୍କ କଜଳ ଠାରୁ କଳା ଅଟେ !!
➡️”ରୁଷ ନାହିଁ ମୋତେ ବୁଝେଇବା ଆସେ ନାହିଁ , ଅନାବ ଦୂରକୁ ଯାଅ ନାହିଁ , ମୋତେ ଡାକିବା ଆସେ ନାହିଁ … ତୁମେ ଭୁଲିଯାଅ – ତୁମ ଇଚ୍ଛା , କିନ୍ତୁ ମୁଁ କ’ଣ କରିପାରିବି ମୋତେ ଭୁଲିବା ବି ଆସେ ନାହିଁ !!
ଆଜିର ନୀତିବାଣୀ
➡️”ଆପଣଙ୍କ ଦୋକାନ ଦ୍ୱାର ମୁଁହ ରେ ଗୋଟିଏ ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ | ଏହା ଅନେକ ଶୁଭ ଫଳ ପ୍ରଦାନ କରେ !!
➡️”ନିଜ ଅନୁଭବ ଓ ଅଭିଜ୍ଞତା ହିଁ ଜଣେ ବ୍ୟକ୍ତିକୁ ବିଭିନ୍ନ ପଥ ଦେଖାଇ ଥାଏ !!
➡️”ସାତଟି କଉଡ଼ି କେଶରରେ ଗୋଳାଇ ହଳଦିଆକନାରେ ବାନ୍ଧି ନିଜ ଟଙ୍କା ରଖିବାସ୍ଥାନରେ ରଖିଲେ ଶୁଭଫଳ ମିଳିଥାଏ !!
➡️”ଘରୁ ବାହାରକୁ ଯିବା ବେଳେ ଝାଡୁ ଚାହିଁଲେ ଅଶୁଭ ହୋଇଥାଏ। ଘରର ଦୁଆର ମୁହଁ ରେ ଭଗବାନଙ୍କର ଫୋଟୋ କିମ୍ବା ଶୁଭ ଲାଭ ଵାଲା ସଂକେତ କାଟିବା ଆବଶ୍ୟକ !!
➡️”ଏହାର କୌଣସି ମୂଲ୍ୟ ନାହିଁ ଯେ ତୁମେ କେତେ ଧୀର ଗତିରେ କାମ କରୁଛ। ଯେ ପର୍ଯ୍ୟନ୍ତ ତୁମେ ଅଟକି ନାହଁ, ସେ ପର୍ଯ୍ୟନ୍ତ ସଫଳତାର ଲକ୍ଷ ରହିଛି !!
ଆଜିର ସୁବିଚାର
୩ଟି କଥା ଜୀବନରେ ସବୁବେଳେ ମନେ ରଖିବେ ..୧ ….. କେବେବି ସେଇ ମଣିଷ ପଛରେ ପଡିବେନି ଯିଏ ତୁମକୁ ଅଣଦେଖା କରୁଛି !!୨ … କେବେବି ସେଇ ମଣିଷ ପଛରେ ନିଜ ସମୟ ବର୍ବାଦ କରିବେନି ଯାହାର ତୁମ ପାଇଁ ଟିକେବି ସମୟ ନାହିଁ !!୩ … କେବେ ସେଇ ମଣିଷକୁ ଭଲ ପାଇବେନି ଯିଏ ତୁମକୁ ସମ୍ମାନ ଦଉନି.କାରଣ ଯିଏ ସମ୍ମାନ ଦେଇ ଜାଣିନି ନା ସେ କେବେ ଭଲ ବି ପାଇ ପାରିବନି !
➡️”ଅନ୍ୟର ସ୍ବରକୁ କମ୍ କରିବା ପାଇଁ ନିଜ ସ୍ବର ଉଚ୍ଚ କରି ନିଜର ଶକ୍ତି ନଷ୍ଟ କରିବା ବଦଳରେ ନିଜ ସ୍ଥାନ ଉଚ୍ଚ କରିବା ଉଚିତ୍ କାହିଁକିନା ଯାହାକୁ ଦେଖୁ ଅନ୍ୟ ମାନଙ୍କର ସ୍ଵର ଆପେ ଆପେ ଶାନ୍ତ ହୋଇଯିବ !!
➡️”ମନର ଭାବନା ଯଦି ସୁନ୍ଦର ଆଉ ଉଚ୍ଚକୋଟିର ଥିବ ତାହେଲେ ସମଗ୍ର ବିଶ୍ଵ ମଧ୍ୟ ସୁନ୍ଦର ଲାଗିବ !!
➡️”ମିଥ୍ୟାରୋପ ଶୁଣିବା ନିଶ୍ଚୟ କଷ୍ଟଦାୟକ , କିନ୍ତୁ ସତ୍ୟତା ପ୍ରମାଣିତ ହେବା ଯାଏଁ ଧୌର୍ଯ୍ୟର ସହିତ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ଉଚିତ୍ !!
➡️”ଜନ୍ମ ଆଉ ମୃତ୍ୟୁ ମଧ୍ୟରେ ଜୀବନ ହେଉଛି ଏକ ଛୋଟ ବ୍ୟବଧାନ . ତେଣୁ ଏହି ବ୍ୟବଧାନ ମଧ୍ୟରେ ଖୁସି ହେବା , ଅନ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବା , ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା 🙏ଓଁ ମା ମହାଲକ୍ଷ୍ମୀ ନମଃ🙏.ଶୁଭ ସକାଳ,ଆଜି ଗୁରୁବାର ମା ମହାଲକ୍ଷ୍ମୀଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ,ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ।।

Leave A Reply

Your email address will not be published.