ଅସହାୟଙ୍କୁ ବାଂଟିଲେ ଖାଦ୍ୟ

0 472

ଆସ୍କା ,୨/୫(ଏସଏସନିୟୁଜ)ରବିବାରଦିନ ସବୁଆଡେ ନିରବତା ଖେଳିଯାଇଥିବାବେଳେ କିଛି ଯୁବକ ଘରୁ ବାହାରି ଆସ୍କାସହରର ବିଭିର୍ଣ ଗଳିକନ୍ଦିରେ ଘୁରି ବୁଲିଥିଲେ ।ଖୋଜିବୁଲିଥିଲେ କେଉଁଠି ଖାଇବାକୁ ନପାଇ ଉପାସରେ କିଏ ରହିଛି ।ସେହି ଅସହାୟମାନଙ୍କୁ ଖାଇବାକୁ ବାଂଟିଥିଲେ । ଭୋକିଲାଙ୍କ ମୁହଁରେ ଟିକିଏ ହସ ଦେଖିଥିଲେ । ଗିରିଜା ଯୁବକ ସଙ୍ଘ କର୍ମକର୍ତାମାନଙ୍କ ସହ ସଭାପତି ଙ୍କ ନେତୃତ୍ୱରେ ବରିଷ୍ଟ ଆଇନଜୀବୀ ଦେବକାନ୍ତ ଶର୍ମା , କାହ୍ନକ୍ଷ ନାୟକ, ସମାଜ ସେବୀ ଶ୍ରୀନିବାସ ଭଞ୍ଜ ଓ ଏ ବି ଭି ପି ଗ୍ରୁପ ଙ୍କ ମିଳିତ ଉଦ୍ୟମରେ ଏହି ପ୍ରସଂଶନୀୟ କାର୍ଯ୍ୟକୁ ସମସ୍ତେ ସାବାସୀ ଦେବା ସହ ପ୍ରଶଂସା ମଧ୍ୟ କରିଛନ୍ତି ।(ଆସ୍କା ରୁ ପ୍ରଦୀପ ମହାନ୍ତି ରିପୋର୍ଟ )

Leave A Reply

Your email address will not be published.