ଆଉ ଏକ ଜୀବନ ନେଲା ହଇଜା

0 217

ରାୟଗଡ଼ା, ୨୪/୭(ଏସଏସନିଉଜ) ରାୟଗଡ଼ା କାଶୀପୁରରେ ଥମୁନି ହଇଜା ।ଏଥିପାଇଁ ଡେଙ୍ଗାଗୁଡ଼ା ଗାଁରେ ଆଉ ଜଣଙ୍କ ଜୀବନ ଜୀବନ ନେଇଛି ହଇଜା । ମୃତକ ହେଲେ ଗାଁର ଅର୍ଜୁନ ମାଝୀ । ସେ ଗତ ୧୮ ତାରିଖରେ ଝାଡ଼ାବାନ୍ତିର ଶିକାର ହେବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ମୋଟ ୨୪୬ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ୧୮୧ ଗାଁକୁ ବ୍ୟାପିଛି ।. ସେପଟେ ଝାଡ଼ାବାନ୍ତି ବ୍ୟାପି ଚାଲିଥିବା ବେଳେ ସ୍ୱାସ୍ଥ୍ୟସେବାରେ ସୁଧାର ଆସିନି ।
ରାୟଗଡ଼ା କାଶୀପୁର ପରେ ଆଖପାଖ ଜିଲ୍ଲାକୁ ବି ବ୍ୟାପିବାରେ ଆରମ୍ଭ କରିଛି । କୋରାପୁଟ ଦଶମନ୍ତପୁର ଛତାମ୍ବ ଗାଁରେ ଝାଡ଼ାବାନ୍ତିରେ ୧୧ ଜଣ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ରାୟଗଡ଼ା କାଶୀପୁରର ହଇଜା ବ୍ୟାପିଥିବା ଗାଁରେ ସ୍ଥିତି ପରଖିଛନ୍ତି ।

 

 

 

Leave A Reply

Your email address will not be published.