ବାଣ ବିସ୍ଫୋରଣରେ ଗଲା ଆଉଜଣଙ୍କ ଜୀବନ

0 156

ଭୁବନେଶ୍ୱର,୨୮/୧୧(ଏସଏସନିଉଜ)କାର୍ତ୍ତିକେଶ୍ବର ବାଣ ବିସ୍ଫୋରଣରେ ଗଲା ଆଉଜଣଙ୍କ ଜୀବନ ।ଏହିଘଟଣାରେ ମୃତ୍ୟୁ ସଂଖ୍ୟା ୨ ଛୁଇଁଛି ।ଏସସିବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଖାନ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୂର୍ବରୁ ଉଦୟ ଭୋଇ ନାମକ ବାଣୁଆଙ୍କ ଜୀବନ ଯାଇଥିଲା। ବେଆଇନ ଭାବେ ବାଣ ଫୁଟାଇବା ନେଇ ଉଦୟ ଭୋଇ ନାଁରେ ମାମଲା ରୁଜୁ ହୋଇଥିଲା ।ଏହିଘଟଣାରେ ୩୪ଜଣ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବାକି ୩୨ ଜଣଙ୍କ ଚିକିତ୍ସା ଚାଲିଛି। ଗତ ୨୩ ତାରିଖରେ କାର୍ତ୍ତିକେଶ୍ବରଙ୍କ ଭସାଣି ବେଳେ ଏହି ଅଘଟଣ ଘଟିଥିଲା ।

 

Leave A Reply

Your email address will not be published.