ବୌଦ୍ଧ,୨୧।୯(ଏସଏସନିଉଜ)ପୁରୁଣାକଟକ ଥାନା ଜିଆଁକଟା ଠାରେ ବାଣବିସ୍ପାରଣ ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି। ବୌଦ୍ଧ ଜିଲା ପୁରୁଣାକଟକଥାନା ଜିଆଁକଟାଠାରେ ବାଣ ବିସ୍ପାରଣ ଘଟିଛି ।ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।ମୃତକଙ୍କ ସଂଖ୍ୟା ବଢିପାରେ । ୧୫ ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି ।ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ , ସ୍ବେଛାସେବୀ ମାନେ ପହଂଚି ଉଦ୍ଧାର କରୁଛନ୍ତି।ଅନ୍ୟପକ୍ଷରେ ବେଆଇନ ବୋମା କିମ୍ବା ଗେସ ବିସ୍ପାରଣ ହୋଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।
