ବନବିଭାଗର ପାରିବାପଣିଆକୁ ନେଇ ଉଠିଲା ପ୍ରଶ୍ନ

ଖବର ଆଜିର,ତାରିଖ ୦୩-୦୪-୨୦୨୧/ଶନିବାର

0 249

୧-୨ ଦିନରେ ୪ ଡିଗ୍ରି ଖସିବ ପାରଦ; ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ।
୨-ଆଦିକବିଙ୍କ ୬୦୦ ତମ ଜନ୍ମ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି : ‘ସାରଳା ଦାସ ଆଧୁନିକ ଓଡ଼ିଆ ଭାଷାର ଜନକ’ ।
୩-ପୁଲିସ ଡିଜି ପଦକ ପ୍ରଦାନ ଉତ୍ସବ: ପ୍ରାଣ ହରାଇଥିବା ୧୫ କୋଭିଡ୍ ଯୋଦ୍ଧାଙ୍କ ପରିବାର ସମ୍ମାନିତ
୪-କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ : ଶଯ୍ୟା ଓ ଅମ୍ଲଜାନ ମହଜୁଦ ରଖିବାକୁ ନିର୍ଦ୍ଦେଶ ।
୫-କଟକ ଶିଖରପୁରରେ ବିଭତ୍ସ ହତ୍ୟା । ଭାଉଜକୁ ଗଳାକାଟି ହତ୍ୟା କଲ ଦିଅର । ସେପଟେ କାମାକ୍ଷାନଗରେ ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ୨ ଝିଅ ଗୁରୁତର ।
୬–ପିପିଲି ଫାଇଟ୍‌: ବିଜେଡି ଓ କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଚେଲ୍ଲାକୁମାର ସାମିଲ ।
୭-କରୋନା ସଂକ୍ରମିତ ଚିହ୍ନଟ ହେବାପରେ ହସ୍ପିଟାଲରେ ଭର୍ତ୍ତିହେଲେ ସଚିନ ତେନ୍ଦୁଲକର ।
୮-ସଂକ୍ରମଣକୁ ଦେଖି ବିଏମସିର ନୂଆ ମାର୍ଗଦର୍ଶିକା । ଏଣିକି ବିବାହରେ କେବଳ ୧୦୦, ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଲୋକଙ୍କୁ ଅନୁମତି ।
୯-ଉପନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମୁହାଁମୁହିଁ : ପରସ୍ପର ବିରୋଧି ଆରୋପ ନେଇ ପିପିଲି ଥାନା ଆଗରେ ଉଭୟ ଦଳ ପକ୍ଷରୁ ଧାରଣା .
୧୦-ଲଟେରୀ ଉଠିଲେ ମିଳିବ ମଦ ଦୋକାନ ପାଇଁ ଲାଇସେନ୍ସ । ପ୍ରାୟ ୧୩ଶହ ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୨୦ ହଜାର ଆଗ୍ରହୀ ।
୧୧-ନୂଆ ଭୂମିକା ଆପଣାଇଲେ ଉର୍ଜିତ : ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ହେଲେ ବିସ୍କୁଟ୍ କମ୍ପାନି ବ୍ରିଟାନିଆର ନିର୍ଦ୍ଦେଶକ ।
୧୨-ଖଏ ସ୍ମାର୍ଟଫୋନ୍‌‌ ୟୁଜର୍ସଙ୍କ ପାଇଁ ଦୁଃଖ ଖବର, କ୍ଷତି ସହିବା ପରେ ଉତ୍ପାଦନ ବନ୍ଦ କଲା କମ୍ପାନୀ
୧୩-ଝାରସୁଗୁଡ଼ା-ଚେନ୍ନାଇ ମଧ୍ୟରେ ବିମାନ ସେବା ଆରମ୍ଭ ।
୧୪-ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ: ବଦଳିଲା ନିଷ୍ପତ୍ତି, ୨୦୦ ଜଣଙ୍କୁ ଅନୁମତି ।
୧୫-ଥମୁନି ଶିମିଳିପାଳ ନିଆଁ । ପୁଣି ୫୨ଟି ଫାୟାର୍ ପଏଣ୍ଟ୍ ଚିହ୍ନଟ । ବନ ବିଭାଗର ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନବାଚୀ।
୧୬-ସ୍ଥିତିରେ ସୁଧାର ନଆସିଲେ ଲାଗିବ ଲକ୍‌ଡାଉନ୍‌, ଦ୍ରୁତ ସଂକ୍ରମଣକୁ ନେଇ ଏମିତି କହିଲେ ଉଦ୍ଧବ ଠାକରେ ।
୧୭-ବିଏମସିର ଅଭିନବ ପ୍ରୟାସ: ଭୁବନେଶ୍ବରରେ ପୁରୁଣା ପୋଷାକ ସଂଗ୍ରହ କରିବ ସ୍ବତନ୍ତ୍ର ବସ୍‌, ‘ହ୍ବିଲ୍‌‌ ଅଫ୍ କାଇଣ୍ଡନେସ୍‌’ ମାଧ୍ୟମରେ ଦୁଃସ୍ଥ-ଅସହାୟଙ୍କୁ ବାଣ୍ଟିବ

 

Leave A Reply

Your email address will not be published.