ବନ୍ଧାହେଲେ ଧୋକବାଜ ପ୍ରେମିକ

0 360

ମେଣ୍ଢାଶାଳ,୭/୭(ଏସଏସନିଉଜ)ଜଣେ ନାବାଳିକାକୁ ପ୍ରେମଜାଲରେ ପକାଇ ପ୍ରଥମେ ପ୍ରେମ କଲେ ।ଏହାପରେ ବିବହାର ପ୍ରତିଶୃତି ଦେଇ ଶାରରୀକ ସର୍ମ୍ପକ ରଖିଲେ ।ଯେତେବେଳେ ନାବାଳିକା ଜଣଙ୍କ ଗର୍ଭବତୀ ହୋର ଜଣାପଡିଲା ତାପରେ ଗର୍ଭନଷ୍ଟ କରିବାକୁ ବାଧ୍ୟ କଲେ ।ନାବାଳିକା ଜଣଙ୍କ ବାରଣ କରିବାରୁ ଧୋକାବାଜ ପ୍ରେମିକ ଆଉ ଧରାଦେଇନଥିଲେ ।ନାବାଳିକା ଜଣଙ୍କ ଫୋନ କରି କଥାହେବାକୁ ଚେଷ୍ଟାକରିବାରୁ ଜୀବନରେ ମାରିଦେବାକୁ ଧାମକ ଦେଇଥିଲେ ।ଏହାପରେ ନାବାଳିକା ଜଣଙ୍କ ଘଟଣା ବିଷୟରେ ପରିବାରରେ ଜଣାଇବାପରେ ବୁଧବାରଦିନ ପରିବାର ପକ୍ଷରୁ ଚନ୍ଦକାଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।ଅଭିଯୋଗ ପାଇବାପରେ ପୋଲିସ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ଦୀପକ ଜାନୀ ଯିଏକି କଂଟାବାଡ ଅଂଚଳରେ ଥିବା ଏକ ଷ୍ଟୁଡିଓରେ ଡ୍ରାଇଭରଭାବେ କାମକରୁଥିଲେ ତାକୁ ଥାନାକୁ ଧରିଆଣି ପଚରାଉଚରା କରିଥିଲେ । ଗୁରୁବାରଦିନ ପୋସ୍କୋଆକ୍ଟ ରେ ଏକ ମକଦ୍ଦମା ରୁଜୁକରି ଉଭୟଙ୍କ ଡାକ୍ତରିମାଇନା ସହ ବୟାନରେକର୍ଡ କରି ଡ୍ରାଇଭର ଦୀପକ ଜାନୀକୁ ପୋଲିସ କୋର୍ଟଚାଳଣ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

 

 

Leave A Reply

Your email address will not be published.