ବାରଙ୍ଗରେ ଚାଲିଛି ବେଆଇନ ବାଲିଉଠା

0 154

ବାରଙ୍ଗ,୯ା୧(ଏସଏସନିଉଜ) କଟକଭୁବନେଶ୍ବର ଓ ଏହାର ଉପକଣ୍ଠରେ ହେଉଥିବା ବିଭିର୍ଣ ଉନୟନମୂଳକ କାର୍ଯ୍ୟନିମନ୍ତେ ଆଵଶ୍ୟକତାଥିବା ଲଘୁଖଣିଜଜାତ ଦ୍ରବ୍ୟର ଉସ୍‌ସାଜିଥିବା ବାରଙ୍ଗ ଉପରେ ଅଂଚଳବାସୀ ଉପରେ ନିର୍ଭର କରିଥାନ୍ତି ।ଏହାକୁ ଦୃଷ୍ଟିରେ ରଖି ବାରଙ୍ଗତହସିଲ ପକ୍ଷରୁ କିଛିଜାଗାରେ ବାଲିଘାଟ ନିମନ୍ତେ ନିଲାମ ସୁତ୍ରରେ ଦିଆଯାଇଛି ।ଏସବୁସତ୍ୱେ ଚୋରାରେ ବାଲି ଉଠିବା ଏକ ନିତିଦିନିଆ ଘଟଣା ପାଲଟିଛି ।ଅନ୍ୟପଟେ ବାଲିମାଫିଆମାନେ ବେଆଇନଭାବେ ନଦୀପଠାରୁ ବାଲିଉଠାଇବା ସହ ସରକାରୀ ଜାଗାକୁ ଜବରଦଖଲ କରି ବାଲିଗଛିତରଖି ବିକ୍ରି କରିଚାଲିଛନ୍ତି ।ଏସବୁସତ୍ୱେ ତହସିଲପକ୍ଷରୁ ଦୃଷ୍ଠାନ୍ତମୁଳକଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉନ ଥିବାରୁ ମାଫିଆମାନେ ଅଧିକ ପରିମାଣର ସକିୟ ହୋଇ ଚୋରାରେ ବାଲି ଉଠାଇବାଦ୍ୱାରା ସରକାରଙ୍କର ଲକ୍ଷାଧିକଟଙ୍କାର ରାଜସ୍ୱହାନୀ ହେଉଛି ।
ପ୍ରକାସ ଯେ,ବାରଙ୍ଗତହସିଲପକ୍ଷରୁ ବିଦ୍ୟାଧରପୁର ବେଣ୍ଟକାରପଡା, ମୁଣ୍ଡମୁହାଣ, ନରଣପୁର,ଦେଓକାଳି ଓ କୋରକୋରା ଆଦିଘାଟକୁ ନିଲାମ ସୁତ୍ରରେ ଦିଆଯାଇ ସରକାରୀ ଘାଟରସିକୃତି ଦିଆଯାଇଛି ।ଏହାପରେ ବି ବାରଙ୍ଗ ଅଂଚଳରୁ ବେଆଇନଭାବେ ବାଲିଉଠାଚାଲିବା ସହ ଚୋରାଚାଳଣ ହେଉଛି ।ଫଳରେ ସରକାରଙ୍କର ରାଜସ୍ୱହାନୀ ହେଉଛି ।ବାରଙ୍ଗତହସିଲ କାର୍ଯ୍ୟାଳୟଠାରୁ କିଛିଦୁରରେଥିବା କୁଆଖାଇନଦୀରୁ ଦିନଦିହିପହରରେ ମାଫିଆମାନେ ବେଆଇନଭାବେ ବାଲିଉଠାଇବିକ୍ରି କରିବା ସହ ସରକାରୀ ଜାଗାରେ ଗଛିତ କରୁଥିଲେ ମଧ୍ୟ ତହସିଲପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।ଯାହାକୁନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏବିଷୟରେ ବାରଙ୍ଗ ତହସିଲଦାରସ୍ୱସ୍ତିକସଙ୍କଳ୍ପସାହୁଙ୍କୁ ପଚାରିବାରୁ ସେକହିଲେ ଯେ,୬ଟି ବାଲିଘାଟକୁ ନିଲାମ ଦିଆଯାଇଛି ।ଏହାପରେ ବେଆଇନବାଲିଉଠାଣ ଉପରେ ତାଙ୍କ ନଜରରେ କିଛିନାହିଁ ବୋଲି କହିଥିଲେ ।

 

Leave A Reply

Your email address will not be published.