ବାତ୍ୟା ବଦଳଉଛି ଦୀଗ

0 238

ଭୁବନେଶ୍ୱର, ୪/୧୨(ଏସଏସନିୟୁଜ) ସାମୁଦ୍ରିକ ବାତ୍ୟା ‘ଜୱାଦ୍‌’ ଏବେ ଦୁର୍ବଳତର ହେବା ସହ ଦିଗ ପରିବର୍ତ୍ତନ କରିବା ଆରମ୍ଭ କରୁଛି । ଦିଗ ପରିବର୍ତ୍ତନ କରୁଥିବାରୁ ‘ଜୱାଦ୍‌’ର ବେଗ ହ୍ରାସ ପାଇଛି। ସକାଳେ ଦିଗ ପରିବର୍ତ୍ତନ କରି ଉତ୍ତର ଦିଗକୁ ଗତି କରୁଛି। ୧୨ ଘଣ୍ଟା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ପାଖାପାଖି ସମୁଦ୍ରରେ ପହଞ୍ଚିବ।ଫଳରେ ଏହାର ପ୍ରଭାବରେ ଅଧିକ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ବାତ୍ୟା ଜୱାଦ୍ ପାଇଁ ୪ଟି ବନ୍ଦର ପୂରୀ, ଗୋପାଳପୁରରେ ୭ ନମ୍ବର ଓ ପାରାଦ୍ୱୀପ ଓ ଧାମରାରେ ୪ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ବାତ୍ୟା ପାଇଁ କିଛି ରୁଟରେ ଆଜି ଓ ଆସନ୍ତାକାଲି ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳପଥ । ଆଜି ୩୬ଟି ଓ ଆସନ୍ତାକାଲି ୩୮ଟି ଟ୍ରେନ୍ ବାତିଲ ହୋଇଥିବାର ଜଣାପଡିଛି।

 

Leave A Reply

Your email address will not be published.