ବିଧାୟକ ଗାଡ଼ିକୁ ୨ହଜାର ଜରିମାନା

0 255

ପୁରୀ,୭/୧୦(ଏସଏସନିୟୁଜ)ବିଧାୟକଙ୍କ ଗାଡିରୁ ୨ ହଜାରଟଙ୍କା ଜରିମାନା ଆଦାୟ କରାଗଲା । ପୁରୀସିଂହଦ୍ବାର ପାଖରେ କରାଯାଇଥିବା ନିସିଦ୍ଧାଚଂଳରେ ଗାଡଟି ପାର୍କିକରିଥିବାର ସୋସିଆଲମିଡିଆରେ ଭାଇରାଲ ହେବାପରେ ପୋଲିସ ଏହି ଗାଡିକୁ ଅଟକରଖିବା ସହ ୨ହଜାରେ ଟଙ୍କା ଫାଇନ କାଟିଛନ୍ତି ।ତେବେ ଏହି ଗାଡିରେ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ ନଥିଲେ ବୋଲି ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ସମ୍ମୁଖ ଜଗାବଳିଆ ଲଜ୍‌ଠାରୁ ଶ୍ରୀନହର ଦେଇ ଉତ୍ତରଦ୍ବାର ପର୍ଯ୍ୟନ୍ତ କୌଣସି ଗାଡ଼ି ପାର୍କିଂ ହେବନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।କିନ୍ତୁ ଅପରାହ୍ଣ ୩ଟା ସମୟ‌ରେ ଓଡି ୨୨ ଏନ୍ ୦୦୦୧ ନମ୍ବରର ଏକ କାର୍ ସିଂହଦ୍ବାର ସମ୍ମୁଖକୁ ଆସିବାସହ ଗାଡିରେଥିବା ଲୋକ ଶ୍ରୀମନ୍ଦିର ଦର୍ଶନ କରିବାକୁ ଯିବାପରେ ପାର୍କିଂ କରିଥିବାନେଇ ସୋସିଆଲମିଡିଆରେ ଭାଇରାଲ ହୋଇଥିଲା ।ଏହି ଗାଡ଼ିଟି ଚାନ୍ଦବାଲି ବିଧାୟକ ଶ୍ରୀ ରାୟଙ୍କର ବୋଲି ଜଣାପଡ଼ିଥିଲ।। ନିୟମକୁ ଅନୁପାଳନ କରି ନଥିବାରୁ ପୋଲିସ ୨ ହଜାର ଟଙ୍କା ଜରିମାନା କରି ଛାଡିଥିଲେ ।

Leave A Reply

Your email address will not be published.