ଆଜିର ଅନୁଚିନ୍ତା

ତାରିଖ : ୦୭.୧୦.୨୦୨୧,ଗୁରୁବାର

0 388

ଆଜିର ନୀତିବାଣୀ
➡️”ଯେତେବେଳେ ଲୋକଙ୍କର ଭଲପାଇବା ଓ ସମର୍ଥନର ଆବଶ୍ୟକତା ଥାଏ , ବାସ୍ତବରେ ସେତେବେଳେ ପାଖରେ କେହି ମଧ୍ୟ ନଥାନ୍ତି !!
➡️”ଯେତେବେଳ ଯାଏଁ ନିଜ ଆଖିରେ ନ ଦେଖିଛ କିମ୍ବା ନିଜ କାନରେ ନ ଶୁଣିଛ କୌଣସି କଥାକୁ ବିଶ୍ୱାସ କର ନାହିଁ । ଯଦି ବିଶ୍ବାସ କରିବ ସମ୍ପର୍କରେ ଫାଟ ସୃଷ୍ଟି ହେବ !!
➡️”ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ସମୟ ଓ ପରିସ୍ଥିତି କେବେ ବି ବଦଳି ପାରେ ଏଥି ପାଇଁ କେବେ କାହାର ଅପମାନ କରନ୍ତୁ ନାହିଁ !!
➡️”ଯନ୍ତ୍ରଣା ଅପରିହାର୍ଯ୍ୟ, ଦୁଖଃ ଇଚ୍ଛାଧୀନ ଅଟେ !!
➡️”ଯନ୍ତ୍ରଣା ଆମର ଆତ୍ମବିଶ୍ୱାସକୁ ଦୃଢ କରେ !!
➡️”ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !

ଆଜିର ଅନୁଚିନ୍ତା
➡️”ଭରସା ସମସ୍ତଙ୍କ ଉପରେ କରନ୍ତୁ କିନ୍ତୁ ସାବଧାନତା ସହ , କାହିଁକିନା ବେଳେବେଳେ ନିଜ ଦାନ୍ତବି ଜିଭକୁ ଆଘାତ ଦେଇଥାଏ !!
➡️”ଯଦି ଦୁନିଆରେ କିଛି କଠିନ କାମ ଥାଏ ତାହା ହେଉଛି ନିଜେ ନିଜକୁ ଖୁସି ରଖିବା , ସେଥିପାଇଁ ଆପଣଙ୍କୁ ଯେତେବେଳେ ବି ଖୁସିର ମଉକା ମିଳୁଛି ତାକୁ ଅଣଦେଖା କରନ୍ତୁ ନାହିଁ !!
➡️”ଯେମିତି କଲମ ଯେତେ ଦାମୀ ହେଉ ପଛେ ଯଦି କାଳି ନାହିଁ ସେ ମୂଲ୍ୟହୀନ , ସେମିତି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି ଯଦି ସଂସ୍କାର ଆଉ ଉତ୍ତମ ବ୍ୟବହାର ନାହିଁ ସେ ଶିକ୍ଷା ବି ମୂଲ୍ୟ ହୀନ !!
➡️”ପ୍ରକୃତ ସମ୍ପର୍କ ଗୋଟିଏ ସୁନ୍ଦର ପୁସ୍ତକ ଭଳି ହୋଇଥାଏ , ଯେତେ ବି ପୁରୁଣା ହେଲେ ମଧ୍ୟ ତାହାର ଗୋଟିଏ ବି ଶବ୍ଦ ବଦଳି ନ ଥାଏ !!
➡️”ସବୁକିଛି ଆମ କର୍ମ ଉପରେ ନିର୍ଭର କରେ ତେଣୁ ସର୍ବଦା ନିଜର କର୍ମ ଉପରେ ଦୃଢ଼ ବିଶ୍ବାସ ରଖନ୍ତୁ , କାହା କଥାକୁ ଭ୍ରୂକ୍ଷେପ ନକରି ସମାଜ ମଙ୍ଗଳ ପାଇଁ କର୍ମ କରିଚାଲନ୍ତୁ ସେଥ୍‌ପାଇଁ ଶାସ୍ତ୍ରରେ କୁହାଯାଇଛି କର୍ମ ହିଁ ଭଗବାନ !!
ଆଜିର ସୁବିଚାର
➡️”ଭୁଲ କରିବା ଲୋକ ମହାନ ବ୍ୟକ୍ତି ମଧ୍ଯ ହୋଇପାରି ଥାଆନ୍ତି .. କିନ୍ତୁ ଧୋକା ଦେବା ଲୋକ ଆ ଜନ୍ମ ନୀଚ ହୋଇ ଥାଆନ୍ତି .. ଭୁଲ କରିବା ପାପ ନୁହେଁ .. କିନ୍ତୁ ଧୋକା ଦେବା ପାପ ଅଟେ .. !!
➡️”ତୁମ ସେହି ଆଶା ଓ ବିଶ୍ବାସ ରେ କାମ କରୁଥାଅ , ଜୀବନ ର ଗତି ବଦଳିବା ନିଶ୍ଚିତ .. ପବନ କେବେ ହେଲେ ଗୋଟିଏ ଦିଗ କୁ ବହୁ ନ ଥାଏ … !!
➡️”ସେ ଜୀବନର କିଛି ମୂଲ୍ୟ ହିଁ ନଥାଏ ଯଦି ଅନ୍ୟର ଉପକାରରେ ନ ଆସେ … ➡️”ସେ ରୂପର କିଛି ମୂଲ୍ୟ ହିଁ ନଥାଏ ଯଦି ଗୁଣ ନଥାଏ … !!
➡️”ସେ ବିଦ୍ୟାର କିଛି ମୂଲ୍ୟ ହିଁ ନଥାଏ ଯଦି ବିନମ୍ରତା ନଥାଏ …
➡️”ସେ ଅସ୍ତ୍ରର ମୁଲ୍ୟ କିଛି ନଥାଏ ଯଦି ମନରେ ସାହାସ ନଥାଏ … !!
➡️”ସେ ଖାଦ୍ୟର କିଛି ମୂଲ୍ୟ ହିଁ ନଥାଏ ଯଦି ପେଟରେ ଭୋକ ନଥାଏ … !!
➡️”ସେ ଧନର କିଛି ମୂଲ୍ୟ ହିଁ ନଥାଏ ଯଦି କାହାର ସାହାଯ୍ୟରେ ନଆସେ !!🙏ଓଁ ମା ଲକ୍ଷ୍ମୀ ନାରାୟଣ ନମଃ🙏. ଶୁଭ ସକାଳ,ଆଜି ଗୁରୁବାର ମା ଲକ୍ଷ୍ମୀ ନାରାୟଣ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ଲକ୍ଷ୍ମୀ ନାରାୟଣ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ ।।

Leave A Reply

Your email address will not be published.