ଗିରଫ ହେଲେ ଏଲଆଇସି ଏଜେଣ୍ଟ

0 228

କଣାସ, ୭/୧୦(ଏସଏସନିୟୁଜ) ଗିରଫ ହେଲେ ଏଲଆଇସି ଏଜେଣ୍ଟ । ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ତାଙ୍କ ନାଁରେ ଜୀବନ ବୀମା ହାତେଇବା ମହଙ୍ଗା ପଡିଛି । ୪ ଜଣ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା ୧ କୋଟି ୧୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି।ଏଲଆଇସି ଖୋର୍ଦ୍ଧା ଶାଖା ପକ୍ଷରୁ ଏନେଇ ଅଭିଯୋଗ ହୋଇଥିଲା ।୨୦୦୩ରୁ ଏଲଆଇସିର ବିମା ଏଜେଣ୍ଟ ଭାବେ କାମ କରୁଥିବା କବିରାଜ ୨୦୧୩ରୁ ୨୦୧୯ମସିହାମଧ୍ୟରେ ଚାରିଜଣ ମୃତ ବ୍ୟକ୍ତିଙ୍କ ନାମରେ ୨୩ ଟି ଏଲଆଇସି ପଲିସିର ବୀମା ରାଶି ପଇଠ କରି ସେ ଅର୍ଥ ହଡ଼ପ କରିଥିବାର ଅଭିଯୋଗ ହୋଇଛି। ଆଜି ତାଙ୍କୁ ଖୋର୍ଦ୍ଧା ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଉଛି।

Leave A Reply

Your email address will not be published.