ବିଜୟ ଯାତ୍ରାରେ ପ୍ରତିବନ୍ଧକ

ଖବର ଆଜିର,ତାରିଖ ୨୮-୦୪-୨୦୨୧/ ବୁଧବାର

0 497

୧-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି ।
୨-ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
୩-ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ
୪–ଓଡିଶାରେ ବଢୁଛି ଆଇସିୟୁ ରୋଗୀଙ୍କ ସଂଖ୍ୟା । ପ୍ରାୟ ଅଧା ଆଇସିୟୁ ବେଡ ଫୁଲ । ସରକାର କହିଲେ, ଆବଶ୍ୟକ ଥିଲେ ଆସନ୍ତୁ ହସପିଟାଲ ।
୫-ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ ।
୬-ଅନଲାଇନରେ ମିଳିବ କୋଭିଡ ବେଡ ତଥ୍ୟ । କାର୍ଯ୍ୟକାରୀ ହେବ ଅନଲାଇନ ରିଅଲ ଟାଇମ ବେଡ ମ୍ୟାନେଜମେଣ୍ଟ ସିଷ୍ଟମ ।
୭-କୋଭିଡ୍ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଅକ୍ସିଜେନ୍ ଏବଂ ମେଡିସିନ୍ ଯୋଗାଣ ଉପରେ ଗୁରୁତ୍ବ ।
୮-ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ ।
୯-ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ମେ ମାସରେ କୋଭିସିଲ୍ଡ ଟିକା ପଂହଚିବା ସମ୍ଭାବନା କ୍ଷୀଣ ।
୧୦-କରୋନା ମୁକାବିଲା ପାଇଁ ପଶ୍ଚିମ ଓଡିଶା ଗଲେ ୧୨ ଓଏଏସ ଅଧିକାରୀ । ୫ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କଲେ ରାଜ୍ୟ ସରକାର
୧୧-ଗତ ୭୫ ବର୍ଷ ରେ ରେକର୍ଡ: ଅନ୍ୟ ରାଷ୍ଟ୍ରପତିଙ୍କ ତୁଳନାରେ ବିଡେନ୍ ଙ୍କ ପ୍ରଥମ ୧୦୦ ଦିନରେ ଆମେରିକା ଷ୍ଟକ୍ ମାର୍କେଟ ସବୁଠାରୁ ଭଲ କରିଛି
୧୨-କରୋନା ମହାମାରୀର ଉଗ୍ର ରୂପ ଓ କାୟା ବିସ୍ତାରକୁ ନେଇ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିବାକୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଦାବି .
୧୩-ଭୋଟ୍ ଗଣିବା ସମୟରେ କିମ୍ବା ପରେ ବିଜୟ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ ଆୟୋଗ ।
୧୪-ମେ’ ପହିଲାରୁ ଯୁବ ବର୍ଗଙ୍କୁ ଦିଆଯିବ ଟୀକା, ଆଜି ୨୮ରୁ ଆରମ୍ଭ ହେବ ପଞ୍ଜୀକରଣ
୧୫-କୋଭିଡ୍‌ ମୁକାବିଲାରେ ପୂର୍ବତଟ ରେଳପଥ: ୫ଟି ସ୍ଥାନରେ କୋଭିଡ୍‌ କେୟାର କୋଚ୍‌ ।
ଶୁଭ ସକାଳ,ସୁପ୍ରଭାତ .

Leave A Reply

Your email address will not be published.