ବିଜ୍ଞାପନ ହୋର୍ଡିଂରୁ ୪ ଘଣ୍ଟାପରେ ଉଦ୍ଧାରହେଲେ ମୁକ୍ତିକାନ୍ତ ବିଶ୍ବାଳ

0 205

ଭୁବନେଶ୍ୱର, ୨୧ା୨୨(ଏସଏସନିଉଜ)ଶିଶୁଭବନ ଛକରେଥିବା ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢି ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ସୁରକ୍ଷିତଭାବେ ତାଙ୍କୁ ଉଦ୍ଧାର କରାଯାଇଛି । ୪ ଘଣ୍ଟାକାଳ ଉଦ୍ୟମ କରି ଶେଷରେ ଅଗ୍ନିଶମବାହିନୀତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷାପାଇଁ ରାଜଧାନୀ ଚିକିତ୍ସାଳୟ ପଠାଇଛିା ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ରାଉରକେଲାରୁ ଚାଲିଚାଲି ଭୁବନେଶ୍ୱର ଆସି ନିରାଶହେବାରୁ ଏହାର ପ୍ରତିବାଦରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତ ଅଭିନବ ପ୍ରତିବାଦ ସ୍ୱରୁପ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ଏପରିକି ହାତରେ ଡିଜେଲ ଥିବା ବୋତଲ ଧରି ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ସେ ସପ୍ତାହେ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଉଦ୍ୟମ କରିଥିଲେ ବି ତାଙ୍କ ସହ ଦେଖା କରିପାରିନଥିଲେ । ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲକୁ କାନ୍ଧରେ ବୋହି ମୁକ୍ତିକାନ୍ତ ବିଶ୍ବାଳ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସକୁ ଯିବା ବେଳେ ଶିଶୁ ଭବନ ଛକଠାରେ ପୁଲିସ ତାଙ୍କୁ ଅଟକାଇଥିଲା।

Leave A Reply

Your email address will not be published.