କରୋନାକୁନେଇ ପୁଣି ବଢିଲା ଚିନ୍ତା !

0 172

ଭୁବନେଶ୍ୱର, ୨୧ା୨୨(ଏସଏସନିଉଜ) କରୋନାକୁନେଇ ଏବେ ପୁଣି ଚିନ୍ତାବଢିବା ଆରମ୍ଭ ହେଲାଣି । ଚୀନରେ ମହାମାରୀ କରୋନା ତାର ତାଣ୍ଡବ ଜାରି ରଖିଥିବା ବେଳେ ଏହାକୁ ନଜରରେ ରଖି ଭାରତ ସରକାର ସତର୍କ ହୋଇଯାଇଛନ୍ତିା କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଭାରିଆଣ୍ଟ BF.7  କୁନେଇ ଏବେ ଚିନ୍ତା ବଢିଛି । ଗୁଜରାଟରେ ୨ ଜଣ ଓ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏବେ ଭିଡ଼କୁ ଗଲେ ମାସ୍କ ପିନ୍ଧିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।ଏବେଠାରୁ ସ୍ୱାସ୍ଥ୍ୟବିଭାଗ ତାର ତତ୍ପରତା ଦେଖାଇବାସହ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ବିମାନବନ୍ଦରରେ ସାମ୍ପୁଲ ଟେଷ୍ଟ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.