ବିନା ଭକ୍ତରେ ଶେଷ ହେଲା ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ

ସାକ୍ଷୀଗୋପାଳ,୧୨/୧୧(ଏସ ଏସ ନିୟୁଜ) ପ୍ରଭୁ ସାକ୍ଷୀଗୋପୀନାଥ ଦେବଙ୍କ ନଟବର ବେଶ ସାଙ୍ଗକୁ ମା ‘ଶ୍ରୀ ରାଧାଙ୍କର ଓଡିଆଣୀ ବେଶ ଅନୁଷ୍ଠିତ ହୋଇଯାଇଛି ।ମହା କାର୍ତ୍ତିକ ମାସରେ ବର୍ଷକୁ ଗୋଟିଏ ଦିନ ତଥା ନବମୀ ତିଥୀରେ ଏହି ଦୁର୍ଲ୍ଲଭ ଦର୍ଶନର ସୁଯୋଗ ଭକ୍ତ ମାନଙ୍କୁ ମିଳିଥାଏ।କିନ୍ତୁ କୋଭିଡ ପାଇଁ ସବୁ ଫିକା ପଡିଗଲା।ଲକ୍ଷଲକ୍ଷ ଭକ୍ତ ଏହି ଦୁର୍ଲଭ ଦର୍ଶନରୁ ବଂଚିତ ହୋଇଥିଲେ।ଭିଡ଼ ହେବାର ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ନିକଟରେ ୧୪୪ ଜାରି କରାଯାଇଥିଲା।ଫଳରେ ବିନା ଭକ୍ତରେ ଶେଷ ହୋଇଯାଇଛି ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ ।ଓଡିଆଣି ବେଶରେ ମା ଶ୍ରୀରାଧା ବର୍ଷକୁ ଥରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବାର ପରମ୍ପରା ରହିଥିଲେ ମଧ୍ୟ ସାଧାରଣ ଭାକ୍ତମାନେ ଦର୍ଶନରୁ ବଂଚିତ ହୋଇଥିଲେ।

- Advertisement -

Leave A Reply

Your email address will not be published.