ବିଜେଡିର ରାଜ୍ୟ କାର୍ଯ୍ୟାଳୟର ହେଲା ଭିତ୍ତିପ୍ରସ୍ତର ସ୍ଥାପନ

0 178

ଭୁବନେଶ୍ୱର,୧୨/୭(ଏସଏସନିୟୁଜ)ରଥଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଦଳୀୟ କାର୍ଯ୍ୟାଳୟ ପଛପଟେ ଏହି ନୂଆ ତିନି ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେବ ।ଏଥିରେ ଦଳୀୟ କର୍ମୀଙ୍କ ପାଇଁ ବୈଠକ ସ୍ଥଳ, କନଫରେନ୍ସ ହଲ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ହଲ୍, ଲାଇବ୍ରେରୀ, ସ୍ୱତନ୍ତ୍ର ଗୃହ, ପାର୍କିଂର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି । ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ହେବାକୁ ଥିବା ଏହି ବିଲ୍ଡିଂର ସମସ୍ତ ଡିଜାଇନ୍ ପ୍ରସ୍ତୁତ ହୋଇସାରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.