ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର

ବାରଙ୍ଗ,୨।୫(ଏସଏସନିଯୁଜ)ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର ବେଲଗଛିଆ ଗ୍ରାମ ପଂଚାୟତର ଏକ କଲ୍ୟାଣମଣ୍ଡପରେ ଶୁକ୍ରବାର ଦିବା ୧୦ଘଟିକରେ ଅନୁଷ୍ଟିତ ହୋଇଯାଇଛି। ମଣ୍ଡଳ ସଭାପତି ସୁନିଲ ସ୍ବାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତଏହି ବୁଥ୍ ସ୍ତରୀୟ କର୍ମ ଶାଳାରେ ବାଙ୍କୀ ବିଧାନସଭା ପ୍ରାର୍ଥୀ ତଥା ଜିଲ୍ଲା ପରିଷଦ ସଦସ୍ୟ ତୁଷାର କାନ୍ତ ଚକ୍ରବର୍ତ୍ତୀ ଯୋଗ ଦେଇ ତୃଣମୁଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଝବୁତ କରିବା ସହ ସରକାରଙ୍କ ଲୋକଭିମୁଖୀ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ଦ୍ୱାରରେ ପହଂଚେଇବାକୁ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ଏହି ଆଲୋଚନାରେ ବରିଷ୍ଠ ମୁରବୀ ବସନ୍ତ ପାଣି, ପିତାମ୍ବର ବିଶ୍ୱାଳ, ଜିଲ୍ଲା ପ୍ରତିନିଧି ଦୀପକ ସ୍ବାଇଁ, ସନ୍ତୋଷ ଷଡ଼ଙ୍ଗୀ, କଟକ ସାଂସଦ ଙ୍କ ପ୍ରତିନିଧି ଭୂପତି ଭୂଷଣ ପାଣି,ପୂର୍ବତନ ସରପଞ୍ଚ ସନ୍ତୋଷ ପାଣି,ରଞ୍ଜନ କୁମାର ରାଉତ ବୁଥ୍ ସଭାପତି ଦେବୀପ୍ରସାଦ ପାଣି, ଇନ୍ଦ୍ରଜିତ ପ୍ରଧାନ, ମଧୁସୂଦନ ପ୍ରଧାନ,

ମଳୟ ଦାସ, ପ୍ରକାଶ ପ୍ରଧାନ, ପ୍ରଭାତୀ ଦାସ, ଯାଜ୍ଞ୍ୟାସେନି ବେହେରା ନେନୁ ପ୍ରଧାନ, କୁନି ସାହୁ, ପ୍ରଜ୍ଞା ପାରମିତା ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁବାସ ସ୍ବାଇଁ, ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ବେହେରା ବିଜେପିରେ ଯୋଗଦେଇ ପ୍ରଧାନ ମନ୍ତ୍ରୀଙ୍କ ଶାସନର ଭୁୟସୀ ପ୍ରଶଂସା କରିଥିଲେ।ରାଜକିଶୋର ରାଉତ, ପ୍ରସନ୍ନ ସ୍ବାଇଁ,, ପ୍ରକାଶ ବେଉରା, ଶାନ୍ତନୁ ଦାସ, ପତନ ସ୍ୱାଇଁ ପ୍ରମୁଖ ଶିବିରରେ ସହଯୋଗ କରଥିବା ବେଳେ ବସନ୍ତ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.