ବିଜେପିରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

0 190

ଭୁବନେଶ୍ବର,୧୯/୧୧(ଏସଏସନିୟୁଜ) ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ଯୋଗଦେଇଛନ୍ତି । ଶତାଧିକ ସମର୍ଥକଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସାହୁ ବିଜେପିରେ ଯୋଗ ଦେଇଛନ୍ତି। ଲଗାତାର ଦଳରେ ଅଣଦେଖା କରାଯିବା ଓ ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ ନକରିବା ନେଇ ସେ ଅସନ୍ତୁଷ୍ଟ ଥିଲେ ।ଶ୍ରୀ ସାହୁ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ଲେଖାଏଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ତେବେ ଚାରି ଥର ବିଧାୟକ ସଂଜୀବ ପଞ୍ଚାୟତ ରାଜ ଏବଂ ବାଣିଜ୍ୟ ପରିବହନ ମନ୍ତ୍ରୀ ରହିଥିଲେ। କିଛି ଦିନ ତଳେ ବିଜେଡି ଛାଡ଼ି ଥିଲେ ।

Leave A Reply

Your email address will not be published.