ବସ୍ ଓ ଟ୍ରାଭେରା ଧକ୍କାରେ ୧୧ ମୃତ

0 184

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ବସ୍ ଆଉ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି। ଏଭଳି ଭୟଙ୍କର ଦୁର୍ଘଟଣା ମଧ୍ୟପ୍ରଦେଶର ବୈତୁଲ ପରତୱାଡା ଜାତୀୟ ରାଜପଥ ନିକଟରେ ଗତ ବିଳମ୍ବିତରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ ଟ୍ରାଭେରା କାର୍ ମଧ୍ୟରେ ଧକ୍କା ହେବାଫଳରେ ୧୧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୪ଜଣଙ୍କ ମୃତଦେହକୁ ଟ୍ରାଭେରା କାଟି ବାହାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡିଛି ।ମୃତକଙ୍କ ପରିଚୟ ମିଳିପରିନାହିଁ। ଆହତଙ୍କୁ ଚିକିିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ପୋଲିସ ଭର୍ତ୍ତି କରିଛି।

Leave A Reply

Your email address will not be published.