କ୍ୟାମେରା ଦେଲା ସୁରାକ

0 146

ଅନୁଗୁଳ,୨୭ା୧୨(ଏସଏସନିଉଜ)କ୍ୟାମେରା ଦେଇଥିଲା ସୁରାକ ।କ୍ୟାମେରାପାଇଁ ସାତକୋଶିଆ କଲରାପତରିଆ ବାଘ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇପାରିଛି ବନବିଭାଗ । ପମ୍ପାସର ରେଞ୍ଜ୍ କୁମୁରୀ ଜଙ୍ଗଲରେ ଲାଗିଥିବା କ୍ୟାମେରାକୁ ଯାଂଚ କରିବାବେଳେ ଦୁଇଜଣ ବନ୍ଧୁକ ଧରି ଯାଉଥିବାର ଜଣାପଡିଥିଲା ପରେ ବନବିଭାଗ ସେମାନଙ୍କୁ ଚିହ୍ନଟ କରିବାପରେ ଶିରିଶିକଟାଗାଁର ସହଦେବଗଡ଼ନାୟକ ଏବଂ କୁମୁରୀ ଗାଁର ବେଣୁଧରଗଡ଼ନାୟକ ବୋଲି ଜାଣିବାକୁ ପାଇଥିଲା ।ଏହିଆଧାରରେ ବନବିଭାଗ ତନାଘନା କରୁକରୁ ପୁରୁଣାକୋଟ୍ ରେଞ୍ଜ୍ ବାଘମୁଣ୍ଡାର ସର୍ବେଶ୍ବର ନାଏକଙ୍କ ଘରେ ପହଞ୍ଚିଥିଲା। ଯେଉଁଠାରୁ ଦେଢ଼ବର୍ଷ ତଳେ ଅର୍ଥାତ ଗତବର୍ଷ ଜୁଲାଇ ୧ ତାରିଖ ଦିନ ବାଘକୁ ଫାଶ ପକାଇ ହତ୍ୟା କରାଯାଇଥିଲା। ଏହିଘଟଣାରେ ପୁପୁନ୍ ବିଶ୍ବାଳକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ବାଘକୁ ଯେଉଁଠାରେ ପୋତାଯାଇଥିଲା, ସେ ଅଞ୍ଚଳକୁ ଖୋଳାଯିବା ପରେ ବାଘର ମୃତଦେହ ଜବତ କରାଯାଇ ନମୁନା ଓୟୁଏଟିକୁ ପଠାଯାଇଛି ।ଏହି ଘଟଣାରେ ସମ୍‌ୃକ୍ତ ପୁପୁନଙ୍କ’ ବାପା ପ୍ରମୋଦବିଶ୍ବାଳଙ୍କ ସମେତ ୩ ଜଣ ଫେରାର୍ ହୋଇଯାଇଥିବାର ଡିଏଫଓ କହିଛନ୍ତି ।

Leave A Reply

Your email address will not be published.