ମୁକ୍ତାକାଶ କାରାଶ୍ରମରେ କଏଦୀ ସଂଖ୍ୟା ହ୍ରାସ

0 154

ମେଣ୍ଢାଶାଳ,୨୭ା୧୨(ଏସଏସନିଉଜ)ଯାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶକାରାଶ୍ରମ ପରିସରରେ ଏବେ କଏଦୀସଂଖ୍ୟାହ୍ରାସପାଇଁ ୨୮ରେ ପହଁଚିଛି ।କିଛିଦିନପୁର୍ବେକରାଶ୍ରମରେ ୩୪ଜଣ କଏଦୀଥିଲେ ।ଜଣେ କଏଦୀ ବେଲରେ ଚାଲିଯିବାପରେ ଏମାନଙ୍କ ସଂଖ୍ୟାହ୍ରାସପାଇ ୩୩ରେ ପହଁଚିଥିଲା ।ଏହାମଧ୍ୟରେୁ ଦୁଇଜଣ କଏଦୀ ନବୀନପାତ୍ର ଓ ଜୁବୁଲ ଟିପୋ ଫେରାର ହୋଇଯାଇଥିଲେ ।ସେହିଦିନ ସମ୍ନଲପୁରରୁ ଆସିଥିବା ବାସୁଦେବ ସାହା, ବଲାଙ୍ଗିରିରୁଆସିଥିବା ସୁରେନ୍ଦ୍ରସା ଓ ବାରିପଦାରୁ ଆସିଥିବା ବ୍ରଜକିଶୋରମହନ୍ତ ନାମକ କଏଦୀ ଜେଲପରିସରରେ ନିଶାସେବନ କରୁଥିବାର ଜଣାପଡିବାପରେ ସେମାନଙ୍କୁ ଆସିଥିବା ଜେଲକୁ ପୁନର୍ବାର ପ୍ରତ୍ୟାବର୍ତନ କରାଯାଇଥିଲା ।ଯାହାଫଳରେ କଏଦୀସଂଖ୍ୟା ହ୍ରାସପାଇ ଏବେମାତ୍ର ୨୮ଜଣ ରହୁଛନ୍ତି ।କମସଂଖ୍ୟକ କଏଦୀ ରହିବାଫଳରେ ପୁର୍ବଭଳି ଚାଷକାର୍ଯ୍ୟ ହୋଇପାରୁନାହିଁ କି ଆଭ୍ୟନ୍ତରିଣ ସଫେଇ ଠିକଭାବେ ହୋଇପାରିୁନାହିଁ ।ଏହିକାରାଶ୍ରମରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ଥିବାବେଳେ ମାତ୍ର ୨୮ଜଣଙ୍କୁ ରଖାଯାଇଛି ।ଫଳରେ ଲକ୍ଷଠାରୁ ବିଜୁପଟ୍ଟାନୟକ ମୁକ୍ତାକାଶ କାରାଶ୍ରମ କକ୍ଷଚ୍ୟୁତ ହେବାପରି ମନେହେଉଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.