ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣଶିବିର ଉଦ୍‌ଘାଟିତ

0 234

ଚନ୍ଦ୍ରଶେଖରପୁର,,୨୭ା୧୨(ଏସଏସନିଉଜ)଼ ଭାରତୀୟ ଶିକ୍ଷା ପରିଷଦ ତରଫରୁ ଆୟୋଜିତ ଶିକ୍ଷକ ପ୍ରଶିକ୍ଷଣ ଶିବିର -୨୦୨୨ ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ର, କାନନ ବିହାର ଫେଜ-୨ଠାରେ ମଙ୍ଗଳବାର ଦିନଉଦଘାଟିତ ହୋଇଯାଇଛି । ପରିଷଦର ଉପସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀଉସ୍‌ବ ମୁଖ୍ୟଅତିଥିଭାବେ ଶିକ୍ଷାବିତ ଡ.ଦିଗରାଜବ୍ରହ୍ମା ,ଅନ୍ୟତମଅତିଥିଭାବେ ଯୋଗଗୁରୁ ଡକ୍ଟର ବିଶ୍ୱରଞ୍ଜନ ରଥ ଅତିଥିଭାବେ ଯୋଗଦେଇ ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ଗାୟତ୍ରୀମନ୍ତ୍ର ପାଠ ଓ ଯୋଗର ଉପକାରିତା ବିଷୟରେ ଦିଗ୍ ଦର୍ଶନ ଦେଇଥିଲେ ।ଶିକ୍ଷାପରିଷଦର ସଂପାଦକ ରବିନାରାୟଣ ଜେନା ସ୍ଵଗତଭାଷଣ ପ୍ରଦାନ କରିଥିବାବେଳେ ଟ୍ରଷ୍ଟି ବାବାଜୀକୁମାର ପ୍ରଶିକ୍ଷଣଶିବିରର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ପ୍ରଧାନଆଚାର୍ଯ୍ୟ ପ୍ରଦୀପକୁମାରପାଣି ଉଦଘାଟନ ଉତ୍ସବର ସମସ୍ତକାର୍ଯ୍ୟର ବ୍ୟବସ୍ଥା କରିବାସହିତ ପ୍ରତି ବିଦ୍ୟାଳୟ କିପରି ସ୍ୱାବଲମ୍ବୀ ହେବ ଏବଂ ଶିକ୍ଷାର ମାନବୃଦ୍ଧି ହେଲେ ଭାରତୀୟ ଶିକ୍ଷା ପରିଷଦର ଶ୍ରମ ସାର୍ଥକ ହେବ ସେ ବିଷୟରେ ମତବ୍ୟକ୍ତ କରିଥିଲୋ। ପରିଷଦର କାର୍ଯ୍ୟ।ଳୟ ସଂପାଦକ ବିଚିତ୍ରାନନ୍ଦ ସ୍ୱାଇଁ , ପ୍ରଧାନ ଶିକ୍ଷକ ଡକ୍ଟର ସୁନ୍ଦରମୋହନବାରିକ, ଟ୍ରଷ୍ଟି ରାଜକିଶୋର ସ୍ୱାଇଁ ପ୍ରମୁଖ ମଂଚ ପରିଚାଳନା କରିଥିଲେ ।ଏହିଶିବିରରେ ରାଜ୍ୟର ବିଭିର୍ଣ ସ୍କୁଲରୁ ୨୦୦ରୁ ଅଧିକ ଶିକ୍ଷୟିତ୍ରୀ ଶିକ୍ଷକ ଯୋଗଦାନ କରିଥିଲେ ।ଗୁରୁବାରଦିନ ଏହି ଶିବିର ଉଦଯାପିତ ହେବବୋଲି ସମ୍ପାଦକ ରବିନାରାୟଣଜେନା ସୁଚନା ଦେଇଛନ୍ତି

Leave A Reply

Your email address will not be published.