କେନାଲ୍‌ରୁ ରାଜମିସ୍ତ୍ରିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

0 193

କଟକ,୮/୭(ଏସଏସନିୟୁଜ)ଜଗତପୁର ଥାନା ଭୈରପୁର ଅଞ୍ଚଳରେ ଜଣେ ରାଜମିସ୍ତ୍ରିଙ୍କ କ୍ଷତାକ୍ତ ମୃତଦେହ ଶାଖା କେନାଲ୍‌ରୁ ଉଦ୍ଧାର କରାଯାଇଛି। ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ କେନାଲ୍‌ରେ ଫିଙ୍ଗି ଦିଆଯାଇଥିବା ପୁଲିସ ଅନୁମାନ କରୁଛି। ମୃତକଜଣକ ଭୈରପୁର କଣିବାଟି ଗ୍ରାମର ରମେଶ ଓରଫ ନଣ୍ଡା ଭୋଇ(୪୨) ବୋଲି ପରିଚୟ ମିଳିଛି। ଖବରପାଇ ଜଗତପୁର ପୁଲିସ, କଟକ ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବାସହ ମୃତ ଶରୀରକୁ ଜବତ କରିଛନ୍ତି । ରମେଶଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯିବା ପରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖାଯାଇଥିଲା। ତାଙ୍କ ମୁଣ୍ଡ ପଛପଟେ ଧାରୁଆ ଅସ୍ତ୍ର ଦ୍ୱାରା ଗଭୀର କ୍ଷତ କରାଯାଇଥିବା ଦେଖାଯାଇଥିଲା। ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଏ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି। ଗତକାଲି ରାତି ପ୍ରାୟ ୩ଟା ବେଳେ କୁକୁର ଭୁକୁଥିବା ଶୁଣି ରମେଶ କେନାଲ ଆଡ଼େ ଯାଇଥିଲେ ମଧ୍ୟ ଫେରି ନ ଥିବାବେଳେ ସକାଳେ ତାଙ୍କ ମୃତଦେହ କେନାଲ୍‌ରେ ମିଳିଥିଲା ।

Leave A Reply

Your email address will not be published.