ଚନ୍ଦକାରୁ ଧରାହେଲା ୫ କୁଇଣ୍ଟାଲ ଗଂଜେଇ

0 153

ବାରଙ୍ଗ,୬/୫(ଏସ ଏସ ନିଉଜ) ଆନ୍ଧ୍ରପ୍ରଦେଶରୁ ହରିୟାଣା ଗଂଜେଇ ଚାଲାଣ ହେଉଥିବା ବେଳେ ଚନ୍ଦକା ନିକଟରେ ଧରାପିଡ଼ିଛି ।ଘଟଣାସ୍ତଲରୁ ୫ କୁଇଣ୍ଟାଲ ୬ କିଲୋ ଗଂଜେଇଜବତ କରିବାସହ ୩ଜଣଙ୍କୁ ଗିରଫ କରିଛି ଏନସିବି ଭୁବନେଶ୍ବର ଜୋନ୍‌ ।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପଂଜାବର ବଲୱାନ ସିଂହ , ହରିୟାଣାର ଜସପ୍ରୀତ ସିଂହ ଓ ଜସନୁର ସିଂହ। ଏକ ମେସିନ ପାର୍ଟସ ବୋଝେଇ ୧୨ଚକିଆ ଟ୍ରକରେ ଗଂଜେଇ ଆସୁଥିବାର ବିଶେଷ ସୁତ୍ରରୁ ଖବର ପାଇ ଏନସିବି ଚନ୍ଦକା ଏସ୍‌ଓଜି ଟ୍ରେନିଂ ସେଣ୍ଟର ନିକଟରେ ଚଢ଼ଉ କରିଥିଲା।ଏହି ଟ୍ରକଟି ପିତାପାଲି ଦେଇ ବାରଙ୍ଗ ପଟକୁ ଆସୁଥିଲା ।ଆନ୍ଧ୍ରପ୍ରଦେଶ ଅନକପାଲି ରୁ ଗଂଜେଇ ଆଣି ହରିୟାଣାର ହିସାରକୁ ଚାଲାଣ କରୁଥିଲେ ବୋଲି ତଦନ୍ତ ସମୟରେ ଏନ ସି ବି ଜଣିବାକୁ ପାଇଥିଲା ।

Leave A Reply

Your email address will not be published.