ଚାଓମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍, ୩ ମୃତ

0 160

ଗଜପତି , ୮/୭(ଏସଏସନିଉଜ)ମୋହନା ଢିପସାହି ନାରାୟଣ ନଗରରେ ଥିବା ଏକ ଚାଓମିନ୍ ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀ ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ନିମଖଣ୍ଡି ଗାଁର ଅରୁଣ ସାହୁଓ ମୋହନା କାମ୍ପାଗୁଡ଼ାର ପ୍ରଭାକର ଦଳେଇଓ ସୁନୀଲ ଦଳେଇଙ୍କର ମୃତ୍ୟୁ ହୋଇଛି ।ଏମାନେ ଏକ ଭଡ଼ା ଘରେ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ରହିବାସହ ଚାଓମିନ୍ ଫ୍ୟାକ୍ଟ୍ରି ଚଳାଇଥିଲେ। ଗତକାଲି ଚାଓମିନ୍ ପ୍ରସ୍ତୁତି ପରେ ଶୁଖାଇବା ମେସିନ୍‌କୁ ଗରମ କରିବା ପାଇଁ ରାତିରେ ୪ଟି ଗ୍ୟାସ୍ ସିଲିଣ୍ଡର ସ˚ଯୋଗ କରି ଦୁଇ ଶ୍ରମିକ ପ୍ରଭାକର ଓ ସୁନୀଲଙ୍କ ସମେତ ମିସ୍ତ୍ରି ଅରୁଣ ସେହି କୋଠରିରେ ହିଁ ଶୋଇ ପଡ଼ିଥିଲେ।ତେବେ ମେସିନ୍‌ଟି ଅତ୍ୟଧିକ ଗରମ ହୋଇ କୋଠରିଟି ଅତ୍ୟଧିକ ଉତ୍ତପ୍ତ ହୋଇ ଯାଇଥିଲା। ଏହାସହ ସିଲିଣ୍ତର୍‌ରୁ ଗ୍ୟାସ୍ ମଧ୍ୟ ଲିକ୍ ହୋଇ କୋଠରିରେ ଗ୍ୟାସ୍ ଭର୍ତ୍ତି ହୋଇ ଯାଇଥିଲା। ଶୋଇଥିବା ଅବସ୍ଥାରେ ତିନି ଜଣଶ୍ବାସରୁଦ୍ଧ ହୋଇ ଅଚେତ ହୋଇ ପଡ଼ି ରହିଥିଲେ। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି କବାଟ ଭାଙ୍ଗି ଅଚେତ ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ତିନିଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.