ହାତୀର ପରିତ୍ୟକ୍ତ ଶବ ଉଦ୍ଧାର

0 197

ଭଞ୍ଜନଗର, ୮/୭(ଏସଏସନିଉଜ) ଗୁରୁବାର ସନ୍ଧ୍ୟାରେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ୍ ଗୁଣ୍ଡୁରିବାଡ଼ି ବିଟ୍ ଦଦରାଲୁଣ୍ଡା-କାନବିନ୍ଧା ଗ୍ରାମ୍ୟ ରାସ୍ତା ସଂଲଗ୍ନ ଦରପଙ୍ଗିଆ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ଶବ ଉଦ୍ଧାର ହୋଇଛି। ପାଣି ରହିଥିବା ଖାଲୁଆ ସ୍ଥାନରେ ଶବଟି ପଡ଼ିଥିବା ବେଳେ ଗୋଟିଏ ଦାନ୍ତ ନଥିବା ଦେଖିବାକୁ ମିଳିଛି। ହାତୀର ମୃତ୍ୟୁର ପକୃତ କାରଣ ଜଣାପଡିନଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.